 |
| BaraGarh |
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଶ୍ରୀରାମ ବାବା ମଠ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଆଜି ସକାଳ ୧୦ଘଣ୍ଟା ସମୟରେ ରେଙ୍ଗାଲିକେମ୍ପ ଛକରୁ ଏକ ବାଇକ ଶୋଭାଯାତ୍ରା ବାହାରି ଅତାବିରା ନଗର ପରିକ୍ରମା କରିବା ସହ ପଲସାପାଲି,ବୁଗବୁଗା, ଝିଲିମିଣ୍ଡା,ପତ୍ରାପାଲି ତଥା ବିଭିନ୍ନ ଗାଁ ଗଣ୍ଡା ହେଇ ବରଗଡ଼ ଠାରେ ପହଞ୍ଚିଥିଲା । ସେଠାରେ ବଜାରଙ୍ଗଦଳର ଏକ ବିଶାଳ ସମାବେଶ ହୋଇଥିଲା।ଏଥିରେ ବରଗଡ଼ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ମେହେର, ଅତାବିରା ବ୍ଲକ ପରମେଶ୍ୱର ପଟେଲ,ସୋନୁ ରାଓ,ସଂପଦ କର,ପ୍ରଭାସ ମଲ୍ଲିକ,ପ୍ରଦୀପ ସିଂ ତଥା ବଜରଙ୍ଗ ଦଳର ସଦସ୍ୟ ମାନେ ଯୋଗ ଦେଇଥିଲେ।ଜ୍ୱବରଗଡ଼ ଜିଲ୍ଲାରୁ ନବୀନ ଦାଶ ଓ ସ୍ବଦୀପ ଅଗ୍ରୱାଲ ଙ୍କ ରିପୋର୍ଟ