ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ବୃକ୍ଷ ରୋପଣ
ନୟାଗଡ଼---- ନୟାଗଡ଼ ଜିଲ୍ଲା ପଂଚିରିଡ଼ା ବନଖଣ୍ଡ ଅନ୍ତର୍ଗତ ଶରଣକୁଳ ନିକଟସ୍ଥ କରଡ଼ା ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଗୋଦାବରୀଶ ମିଶ୍ର ଜନ୍ମଗ୍ରହଣ କରିଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ସଭାପତି ଥିଲେ। ତାଙ୍କରି ସ୍ମୃତିରେ ଆଜି ତାଙ୍କ ଜନ୍ମସ୍ଥାନ କରଡ଼ା ଗ୍ରାମରେ ଅଶୋକ ବୃକ୍ଷ ରୋପଣ କରାଯାଇଛି।ଏହି ମହାନ କାର୍ଯ୍ୟ ଶରଣକୁଳର ଫ୍ରେଣ୍ଡସ ହେଲ୍ପଗ୍ରୁପର ସଦସ୍ୟ ମାନେ କରିଛନ୍ତି।ଗ୍ରୁପର ସଦସ୍ୟମାନେ ବୃକ୍ଷ ରୋପଣ କରିବା ସହ ତାର ରକ୍ଷଣାବେକ୍ଷଣ କରିବାପାଇଁ ସଂକଳ୍ପ ନେଇଛନ୍ତି।ଏହିପରି ଜନ ହିତକର କାର୍ଯ୍ୟ ପାଇଁ ଫ୍ରେଣ୍ଡସ ହେଲ୍ପଗ୍ରୁପ ପ୍ରଶଂସାର ପାତ୍ର ହୋଇପାରିଛି । ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ



