ଓଡ଼ଗାଁରେ ମନ୍ତ୍ରୀଙ୍କର ମାରାଥନ ପ୍ରକଳ୍ପ ଉଦଘାଟନ
ନୟାଗଡ଼ ---+ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବେ ବିକାଶର ଶୀର୍ଷରେ। କୃଷି,ମତ୍ସ୍ୟ,ପଶୁସମ୍ପଦ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଓଡ଼ଗାଁରେ ତିନୋଟି ପ୍ରକଳ୍ପର ଉଦଘାଟନ କରିଛନ୍ତି।ପ୍ରଥମେ ଓଡ଼ଗାଁ ବ୍ଲକ ପରିସରକୁ ଯାଇ ଜନଶୁଣାଣୀ କରିଥିଲେ।ପରେ ପରେ ରଘୁନାଥ ସମବାୟ ମହାବିଦ୍ୟାଳୟ ସମ୍ମୁଖରେ ବୟସ୍କ ତଥା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦ୍ୱାରା ଗଢ଼ି ଉଠିଥିବା ହସ କ୍ଲବକୁ ଉଦଘାଟନ କରିଥିଲେ।
ଓଡ଼ଗାଁ ବିଜ୍ଞାପିତ ଅଂଚଳରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବହୁ ପ୍ରତିକ୍ଷିତ ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ ମନ୍ତ୍ରୀ।ତାପରେ ଓଡ଼ଗାଁ ନିକଟସ୍ଥ ରାବରା ଗ୍ରାମରେ ଉଦ୍ୟାନ କୃଷି କାର୍ଯ୍ୟାଳୟକୁ ଆଜି ଉଦ୍ଘାଟନ କରିଥିଲେ।ଉଦ୍ଘାଟନ କାର୍ଯ୍ୟକ୍ରମ ସରିବା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କୁ ଚାରି ମାସର ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ଉତ୍ସବରେ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ,ନୟାଗଡ଼ ବନଖଣ୍ଡ ଅଧିକାରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ,ଉପାଧ୍ୟକ୍ଷ, ସମସ୍ତ ଜିଲ୍ଲା ପରିଷଦ,ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ
![]() |
| Nayagarh |



