ସାହିତ୍ୟାନୁଷ୍ଠାନ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରାମର୍ଶ ଶିବିର
ବେଗୁନିଆ---- ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ପରାମର୍ଶ ଶିବିର ବେଗୁନିଆ ଥାନା ଅନ୍ତର୍ଗତ ସାଲତରା ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ମନ୍ଦିର ପରିଚାଳନା କମିଟି ସହଯୋଗରେ ସ୍ଥାନୀୟ ମନ୍ଦିର ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଟାଙ୍ଗୀର ରୋଟାରିଆନ ଡାକ୍ତର ମଧୁସୂଦନ ସେନାପତି ,କଣ୍ଟାବାଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବସନ୍ତ କୁମାର ପଣ୍ଡା ଓ ଗୌଡନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ହରପ୍ରିୟା ଧଳ ପ୍ରମୁଖ ଯୋଗ ଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହି ଶିବିରରେ ରକ୍ତଚାପ, ବହୁମୂତ୍ର, ବିଏମଟି, ଲିପିଡୋପ୍ରୋଫାଇଲ ସହ ଭୁବନେଶ୍ୱର ରୋଟାରୀ ରୟାଲ ଆଇ ହସପିଟାଲ ପକ୍ଷରୁ ଚକ୍ଷୁରୋଗ ପରୀକ୍ଷା ଓ ପରାମର୍ଶ ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏଥିରେ ଫାର୍ମାସିଷ୍ଟ ବିଭୁଦତ ଛୋଟରାୟ,ଅଖିଳେଶ ମହାପାତ୍ର,ଟେକନିସିଆନ ନିତିଶ କୁମାର ବେହେରା,କାହ୍ନୁ ଚରଣ ସାହୁ ,ଚକ୍ଷୁ ରୋଗ ସହାୟକ ଦେବୀ ପ୍ରସାଦ ଶ୍ରୀ ଚନ୍ଦନ ,ରାକେଶ ପରିଡା,ସେବିକା ଭାନୁମତୀ ପରିଡା ଓ ସ୍ୱାସ୍ଥ୍ୟ ସହାୟକ ଦୁର୍ଗାପ୍ରସାଦ ସେନାପତି ପ୍ରମୁଖ ସହାୟତା ପ୍ରଦାନ କରିଥିଲେ । ଏହି ଶିବିରରେ ୩୭ ଜଣ ଚକ୍ଷୁ ରୋଗୀଙ୍କ ପରୀକ୍ଷା ହେବା ସହ ମୋଟ ୧୬୫ ଜଣ ରୋଗୀ ଚିକିତ୍ସା ସହାୟତା ପାଇଥିଲେ । କାର୍ଯ୍ୟକ୍ରମରେ ସାହିତ୍ୟାନୁଷ୍ଠାନର ସଭାପତି ରାଜକିଶୋର ପାଣିଗ୍ରାହୀ ,ଉପସଭାପତି ପତିତପାବନ ବଳବନ୍ତରାୟ,ସମ୍ପାଦକ ଦିବାକର ସାହୁ ,କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ,ସହ ସମ୍ପାଦକ ମନୋଜ କୁମାର ମହାପାତ୍ର,ଉପଦେଷ୍ଟା ପ୍ରଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ସଭ୍ୟ ଖଗେଶ୍ୱର ମାର୍ଥା,ଜଗଦୀଶ ଚନ୍ଦ୍ର ପାତ୍ର,ବିଜୟ କୁମାର ପ୍ରଧାନ,କାହ୍ନୁ ଚରଣ ବେହେରା,ଓମ ପ୍ରକାଶ ବାହୁବଳେନ୍ଦ୍ର,ଦୁର୍ଗା ପ୍ରସାଦ ଦାସ ,ପ୍ରସନ୍ନ ବେହେରା,ପ୍ରକାଶ ରଞନ ସାହୁ,ସଭ୍ୟା ପ୍ରତିମା ପ୍ରଧାନ,ମନ୍ଦିର କମିଟିର ସଭାପତି ବିଜୟ କୁମାର ପାଣିଗ୍ରାହୀ ,ସଭ୍ୟ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ,ସୁବାସ ଚନ୍ଦ୍ର ନାୟକ,ପ୍ରିୟରଞନ ତ୍ରିପାଠୀ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ସୌମ୍ୟ ରଞନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
![]() |
| Beguni |



