 |
| Baragarh |
ବରଗଡ଼------ ବିନ୍ଦ୍ୟ ବାସିନୀ ପାହାଡ଼ରେ ଅନ୍ତର୍ଜାତୀୟ ପର୍ବତାରୋହୀ ଦିବସ ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକୀଡା ବିନ୍ଦ୍ୟ ବାସିନୀ ପାହାଡଠାରେ ବରଗଡ଼ଜିଲ୍ଲାର ଡାଲବ ପଞ୍ଚାୟତର ଏକ ଓଡିଆ ଝିଅ ତଥା ଅନ୍ତର୍ଜାତୀୟ ପର୍ବତାରୋହୀ ପାହାଡ଼ରାଣୀ ଲିପିକା ସେଠଙ୍କ ଆୟୋଜନ କ୍ରମେ କର୍କଟ ରୋଗ ସଚେତନତା ଓ ପର୍ବତାରୋହୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଂକୀଡା ୟୁପି ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିବା ବେଳେ ତାଙ୍କ ଗହଣରେ ମୁଖ୍ୟ ଅତିଥିଭାବେ ଭେଡେନ ଗୋଷ୍ଠି ଉନ୍ନୟନ ଅଧିକାରୀ ମୁରଲୀଧର ନାୟକ ଉପସ୍ଥିତ ରହିଥିଲେ ।ଏହି ଅବସରରେ ଆଖପାଖ ଅଞ୍ଚଳର ଅନେକ ଭଦ୍ରବ୍ୟକ୍ତି ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ