ads

Breaking News

ସୂଚନା ଅଧିକାର କର୍ମୀ ଅଭିମନ୍ୟୁଙ୍କ ଅମର ଆତ୍ମାର ସଦଗତି ପାଇଁ ଶୋକସଭା


 M panda
kandhamala
କନ୍ଧମାଳ--  ମାନବ ଅଧିକାର ଦିବସ ପାଳନ ହେବାକୁ ଯାଉଥିବା ବେଳେ ମାନବିକ ଅଧିକାର ଉଲଘଂନ ପାଇଁ ଲଢ଼ୁଥିବା ବାଲିଗୁଡା ର  ଜଣେ ସୂଚନା ଅଧିକାର କର୍ମୀ ,ମାନବାଧିକାର କର୍ମୀ ତଥା ସମାଜ ସେବୀ ଅଭିମନ୍ୟୁ ପଣ୍ଡାଙ୍କୁ ଘରୁ ଡାକି ଦ୍ୱାର ମୁହଁରେ ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି କରାଯାଇଥିଲା ।  ଅଭିମନ୍ୟୁଙ୍କୁ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। କିଛି ଅସାମାଜିକ ଲୋକ ଯେଉଁ ମାନେ ଶୋଷଣ ଦୁର୍ନୀତି ରେ ଥିବେ ସେମାନଙ୍କ ପାଖରୁ ଆଉ କଣ ଆଶା କରାଯାଇ ପାରେ।ସେ ଜଣେ ନିଷ୍ଠାପର ସମାଜ ସେବି ହିସାବରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ଭଗବାନ ତାଙ୍କ ଅମର ଆତ୍ମା ର ସଦଗତି କରନ୍ତୁ।ଆଜି ଫୁଲବାଣୀ ଠାରେ ସୂଚନା ଅଧିକାର କର୍ମୀ ଓ ମିଳିତ ନାଗରିକ କମିଟି ପକ୍ଷରୁ ଏକ ଶୋକ ପ୍ରସ୍ତାବ ଅଣାଯାଇ ଅଭିମନ୍ୟୁ ବାବୁଙ୍କର ଅମର ଆତ୍ମା ପାଇଁ ଶୋକସଭା କରାଯାଇଥିଲା ।ସହର ମଧ୍ୟରେ ଦିବାଲୋକରେ ଗୁଳି କରିଥିବା ଅପରାଧିଙ୍କୁ ତୁରନ୍ତ ଗିରଫ କରିବା କୁ ଦାବୀ କରାଯାଇଥିଲା।ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କୁ ପୋଲିସ ଦୃଢ ପଦକ୍ଷେପ ନେବାକୁ  ଦାବୀ କରାଯାଇଛି।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive