ads

Breaking News

ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ୪୪ ରନରେ ଉଛୁପୁର ଦଳ ବିଜୟୀ

 D Senapati
Sakhigopal
ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ପକ୍ଷରୁ  ପ୍ରଥମ ପ୍ଳେ ଅଫ ମ୍ୟାଚ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଉଛୁପୁର କ୍ରିକେଟ  କ୍ଳବ ସହିତ ରୂପଦେଇପୁର   କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା  । ୪୪ ରନରେ ଉଛୁପୁର କ୍ରିକେଟ କ୍ଳବ ବିଜୟୀ ହୋଇଛି  । ଉଛୁପୁର କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୬ ଉଇକେଟ ହରାଇ ୧୭୨ ରନ  କରିଥିଲେ  । ଜବାବରେ ରୁପଦେଇପୁର କ୍ରିକେଟ ଦଳ ୧୬ ଓଭରରେ୮ ଊଇକେଟ ବିନିମୟରେ ଆବଶ୍ୟକ ୧୨୮ ରନ କରି ନେଇଥିଲେ  ।  ବିଜୟୀ ଉଛୁପୁର  ଦଳର  ଲୁଲୁ ସ୍ୱାଇଁ ୨୫ଟି ବଲ ଖେଳି ୬ଟି ଛକା ଓ ୫ଟି ଚୌକା ସହ ବ୍ୟକ୍ତିଗତ ୬୫ରନ କରିଥିବାରୁ  ତାଙ୍କୁ  ମ୍ୟାନଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ଅନୁଷ୍ଠାନର ସମ୍ପାଦକ ରବିନ୍ଦ୍ର କୁମାର ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଶ୍ରୀ ସ୍ୱାଇଁଙ୍କୁ ପ୍ରଦାନ କରିଥିଲେ  ।  ଆଜିର ମ୍ୟାଚ ଛବି ପ୍ରଧାନ ଓ ରାଜେଶ ପରିଡା ମ୍ୟାଚ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive