ads

Breaking News

ସୁରକ୍ଷିତ ପରିମଳ ପାଇଁ ଜଳର ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ପୁରୀ----- ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ନମସ୍କାର ଓ ୟୁଥ ଫର୍ ୱ।ଟର ପକ୍ଷରୁ ପୁରୀ ଜିଲ୍ଲା ଗୋପ ମହାବିଦ୍ୟାଳୟ ପରିସରରେ 'ସୁରକ୍ଷିତ ପରିମଳ ପାଇଁ ଜଳର ଭୂମିକା' ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଳ କିପରି  ସଂରକ୍ଷଣ ହେବ ଓ ଜଳ ନଷ୍ଟ ନହୋଇ ବ୍ୟବହାର ଉପଯୋଗୀ ହେଇପାରିବ ତାହା ଉପରେ ରେଡ଼ିଓ ନମସ୍କାର ର କାର୍ଯ୍ୟ ନିର୍ବାହ ଅଧିକାରୀ ରୋଜାଲିନ ପ୍ରଧାନ ଆଲୋଚନା କରିଥିଲେ।   ଶିଶୁ ସାହିତ୍ୟ ପତ୍ରିକା 'ଗାଁ ମଲ୍ଲୀ' ର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଫାରୁକ୍ଙ୍କ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସମାଜ ସେବୀ ରଞ୍ଜନ ପଣ୍ଡା, ଗୋପ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା, ଅଧ୍ୟାପକ ଶରତ କୁମାର ସାହୁ, ବିଭୂତି ଭୂଷଣ ସାହୁ,ଶୈଳେନ୍ଦ୍ର ରଥ, ରେଡ଼ିଓ ନମସ୍କାର ର ସଂଞ୍ଜୋଜିକା ଏସ୍ କାଜଲ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶିଶୁ ସାହିତ୍ୟ ପତ୍ରିକା 'ବାନର ସେନା' ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରେଡ଼ିଓ ନମସ୍କାର କାର୍ଯ୍ୟ ନିର୍ବାହ ଅଧିକାରୀ ରୋଜାଲିନ ପ୍ରଧାନ,ନବଘନ ମୁଦୁଲି, ସତ୍ୟବ୍ରତ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 J sehti
puri
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive