ଶିକ୍ଷକ ଅଭିବାଭକ ବିବାଦ ବିଓଙ୍କୁ ଘେରାଓ କଲେ ଅଭିବାଭକ
-
କନ୍ଧମାଳ---- କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକର ପକାରି ବିଦ୍ୟାଳୟ ରେ ଅଭିବାଭକ ଓ ଶିକ୍ଷକଙ୍କ ମଧ୍ୟରେ ସ୍କୁଲ ପରିଚାଳନାକୁ ନେଇ ବିବାଦ ।ଏଥିରେ କୋଟଗଡ ବ୍ଳକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁ ଅଭିବାଭକ ମାନଙ୍କୁ ବୁଝାସୁଝା କରିବାକୁ ଯାଇ ହଟହଟା ହୋଇଥିଲେ । ଗ୍ରାମବାସୀ ବିଇଓଙ୍କୁ ଚାରି ଘଣ୍ଟା ଧରି ଘେରାଓ କରି ରଖିବା ସହିତ ସ୍କୁଲର ସମସ୍ୟା ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ ।ବିଇଓ ଅଭିବାଭକ ମାନଙ୍କ ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଇପାରି ନଥିବାରୁ ଅଭିବାଭକ ମାନେ ବିଇଓଙ୍କ ଉପରେ ଅସନ୍ତୁଷ୍ଟ ହେବାସହ ସ୍କୁଲ ଫାଟକରେ ତାଲା ପକାଇ ସ୍କୁଲ ବନ୍ଦ କରିବାକୁ ଧମକ ଦେଇଥିଲେ ।ଏହିପରି ଭାବରେ ସେଠାରେ ଏକ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୁଚନା ଯୋଗ୍ୟ ଯେ ସ୍କୁଲରେ ଶିକ୍ଷକ ଠିକ୍ ଭାବରେ ପାଠ ନପଢାଇବା,ସ୍କୁଲ ଭିତରେ ଥିବା ରୋଷେଇ ଗୃହକୁ ଦୀର୍ଘ ବର୍ଷ ଧରି ମାଡିବସି ଶିକ୍ଷକମାନେ ରହିଆସୁଥିବାରୁ ବହାରେ ଦୁଷିତ ପରିବେଶରେ ରୋଷେଇ କରିବା,ଛାତ୍ର,ଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ନିମ୍ନମାନର ଦେବା,ଛାତ୍ରମାନଙ୍କୁ ରୋଷେୟି କାଯ୍ୟରେ ନିୟୋଜିତ କରିବା,୧୧ଜଣ ଛାତ୍ର,ଛାତ୍ରୀଙ୍କୁ ଦଶମ ପରିକ୍ଷା ପାଇଁ ଫର୍ମଫିଲଫ ନ କରାଇବା ଦେବା, ଏହି ସମସ୍ତ ପ୍ରକାରର ଅଭିଯୋଗକୁ ଗ୍ରାମବାସୀ ବିଓଙ୍କ ଠାରୁ ଉତ୍ତର ଚାହିଁଥିଲେ । ବିଇଓ ଯାଞ୍ଚ କରିଥିଲେ କିନ୍ତୁ କୈଣସି ଛାତ୍ର,ଛାତ୍ରୀଙ୍କ ମାସିକ ଖାତା ଶିକ୍ଷକମାନେ ଦେଖାଇ ପାରିଥିଲେ । ବିଇଓ ଅସନ୍ତୁଷ୍ଟ ପ୍ରକାଶ କରି କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିବାଭକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।ଏଠାରେ ନିୟମିତ ପ୍ରଧାନ ଶିକ୍ଷକ ନଥିବାରୁ ଏଭଳି ଅବହେଳା ହୋଉଥିବା ପ୍ରକାଶ କରିବା ସହିତ ଜିଲ୍ଲାପାଳଙ୍କୁ ଏବିଷୟରେ ଅବଗତ କରାଯିବବୋଲି ବିଇଓ କହିଛନ୍ତି ।
![]() |
| kandhamala |



