ads

Breaking News

ପୁଲିସ୍ ଅଧିକାରୀ ଙ୍କ ମହାନତା:ନିଶାଶକ୍ତ ଯୁବକ ଙ୍କୁ ମେଡିକାଲ ନେଲେ


  କନ୍ଧମାଳ---- ବାଲିଗୁଡ଼ା ରାସ୍ତାରେ ପଡ଼ିଥିଲେ ଜଣେ ନିଶାସକ୍ତ ବ୍ୟକ୍ତି। ଉଠି ପାରୁନଥିଲେ କି ଠିକ୍‌ରେ କଥା ହୋଇପାରୁନଥିଲେ। ଶରୀରରେ ବିଭିନ୍ନ ସ୍ଥାନରୁ ରକ୍ତ ଝରୁଥିବା ବେଳେ ନିଜକୁ ନିଜେ ବିଳିବିଳି ହେଉଥିଲେ। ଏପରି ଜଣେ ନିଶାସକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ।  ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ବାଲିଗୁଡ଼ାରୁ ଏକ ସରକାରୀ କାର୍ଯ୍ୟରେ    କୋଟଗଡ଼ ଅଭିମୁଖେ ଯାଉଥିଲେ। କୋଟଗଡ଼ଠାରୁ ୧୦ କିମି ପୂର୍ବରୁ ରାସ୍ତା ପାର୍ଶ୍ୱରେ ନିଶାସକ୍ତ ଅବସ୍ଥାରେ ସିପା ସାହୁ ନାମକ ଜଣେ ବ୍ୟକ୍ତି ପଡ଼ିଥିଲେ। ସେ ଉଠିପାରୁ ନ ଥୂଲେକି ଖାଲି ବିଳିବିଳି ହେଉଥିଲେ। ଆଉ ରାସ୍ତାର ବିପରୀତ ପାର୍ଶ୍ୱରେ ତାଙ୍କର ବାଇକ୍‌ ପଡ଼ିଥିଲା। ମୁହଁ ଗଭୀର କ୍ଷତ ଚିହ୍ନ ରହିଥିଲା। ସେହି ରାସ୍ତାରେ ଦେଇ ଲୋକେ ଯିବାଆସିବା କରୁଥିଲେ ମଧ୍ୟ କେହି ତାଙ୍କୁ ସହାୟତା କରୁନଥିଲେ। ତେବେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଗାଡ଼ି ଅଟକାଇଥିଲେ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ। ପରେ ନିଜ ଗାଡ଼ିରେ ସିପାଙ୍କୁ ଉଦ୍ଧାର କରି କୋଟଗଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏପରିକି ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ପୁଲିସ କାର୍ଯ୍ୟଶୈଳୀକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଲୋକେ ନାନା ନକାରାତ୍ମକ ମନ୍ତବ୍ୟ ବି ଦିଅନ୍ତି। ଲୋକଙ୍କ ମନ୍ତବ୍ୟ ବି କିଛି ଭୁଲ ନୁହେଁ। କାରଣ କେତେଜଣ ପୁଲିସ ଅଧିକାରୀଙ୍କ ପାଇଁ ପୂରା ଡିପାର୍ଟମେଣ୍ଟ କଳଙ୍କର ବୋଝ ମୁଣ୍ଡାଏ। ମାତ୍ର ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

 M panda
kandhamala
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive