ads

Breaking News

ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା:ଉଦଘାଟନ

କନ୍ଧମାଳ----- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ "ଏସଡିଏଏ କପ" ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ରବିବାର ଦିନ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ବିଶ୍ୱନାଥ ନୀଳନବର ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ । ସଂଘର ସଭାପତି ତଥା ଉପ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଣଜିତ ସଭାପତିତ୍ୱ କରିଥିଲେ ।ସମ୍ପାଦକ ଡ଼.ସୁଶାନ୍ତ କୁମାର ଦାସଙ୍କ ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଖେଳ ପ୍ରାରମ୍ଭରେ ପୂର୍ବତନ ଖେଳାଳିଙ୍କ ସ୍ମୁତି ଉଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଜାତୀୟ ଗାନ ଓ ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଜିର ଉଦଘାଟନ ଖେଳରେ କେ.ଏଫ.ସି. ଆଠଗଡ, ବନାମ ଏ.ପି.ଜେ.ବଲାଙ୍ଗୀର ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । କିନ୍ତୁ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସମର୍ଥ ନ ହେବାରୁ ପେନାଲଟିକ ଗୋଲ ଜରିଆରେ ଆଠଗଡ ଦଳ ୪-୩ ଗୋଲରେ ବଲାଙ୍ଗୀର ଦଳକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହୋଇଥିଲେ । ଏଥିରେ ବଲାଙ୍ଗୀର ଦଳର ରମେଶ ଚନ୍ଦ୍ର ଭୋଇ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ଆଜିର ଖେଳ ର ଧାରା ବିବରଣୀ ସମ୍ପାଦକ ଡ଼.ସୁଶାନ୍ତ କୁମାର ଦାସ ପ୍ରକାଶ କରିଥିବା ବେଳେ । ଶ୍ୟାମ ସୁନ୍ଦର ସାହା, ସରୋଜ ମୁନି,ସତ୍ୟ ନାରାୟଣ ମୁଖିଙ୍କ ସମେତ ସଂଘର  ସମସ୍ତ ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ l ପ୍ରଥମ ଦିନ ରେ ପ୍ରାୟ ୨ ହଜାରରୁ ଅଧିକ କ୍ରୀଡା ପ୍ରେମୀ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ ।  ୧୪ତାରିଖ  ଦିନ ଅପରାହ୍ନରେ କଟକ ଓ  ଭୁବନେଶ୍ୱର  ମହିଳା ଦଳ ମଧ୍ୟରେ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ  ବୋଲି ସଂସଦର ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରକାଶ କରିଛନ୍ତି ।
 କନ୍ଧମାଳ ରୁ ମନୋଜ କୁମାର ପଣ୍ଡା
m panda
kandhamala 

ads

Blog Archive