ରାସ୍ତାରେ ଗୋରୁ ଗାଈ , ଦୁର୍ଘଟଣା ଘଟିଚାଲିଛି , ପ୍ରଶାସନ ନିରବ
ନୀଳଗିରି---ନୀଳଗିରି ରଥଦାଣ୍ଡ ବର ରାସ୍ତା ଉପରେ ବୁଲା ଗୋରୁ ଗାଈ ମାନଙ୍କର ଆଡାସ୍ଥଳି ପାଲଟିଛି । ଦିନ ତମାମ ରଥଦାଣ୍ଡରେ ମାଳମାଳ ଗୋରୁ ଗାଈ ମାନେ ବୁଲୁଛନ୍ତି । ରସ୍ତା ଉପରେ ଗୋରୁ ମାନଙ୍କ ମଳ ମୂତ୍ରରେ ପରିପୂର୍ଣ୍ଣ । ଯାହା ଫଳରେକି ରାସ୍ତାଟି ଅପରିଷ୍କାର କରି ପକାଉଥିବାର ଦେଖିବାକୁ ମିଳିଛି । ରଥଦାଣ୍ଡରେ ଯେଉଁଠି ଦେଖିବେ କୁଢକୁଢ ଗୋବର ଏବଂ ରାସ୍ତାରେ ଗୋରୁ ଗାଈ ମାନେ ଆଡ୍ଡାଜମାଇ ରହୁଥିବାରୁ ପଥଚାରି ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏପରିକି ୧୦୮ଭଳି ଗୁରୁତ୍ୱପୂର୍ଣ୍ଣ ଗାଡି ଦିର୍ଘ ସମୟ ଧରି ଅଟକି ରହୁଥିବାରୁ ରୋଗୀ ମାନଙ୍କ ନାନାଦି ବିପଦରେ ସମ୍ମୁଖିନ ହେଉଛନ୍ତି ।ମାଲିକ ମାନେ ଗୋରୁ ଗାଈ ମାନଙ୍କ ପାଇଁ ଗୁହାଳ ରଖିନଥିବାରୁ ରଥଦାଣ୍ଡ ସେମାନଙ୍କ ପାଇଁ ଗୁହାଳ ପାଲଟିଛି ବୋଲି ଜନସାଧାରଣରେ ଆଲେଚନା ହେଉଛି । ସେମାନଙ୍କ ପାଇଁ ସହରରେ ଛୋଟ ବଡ ଦୁର୍ଘଟଣା ଘଟି ଚାଲିଛି । ବଜାରୁ ଲୋକ ମାନେ ପନିପରିବା କିଣି ଘରକୁ ନେଉଥିବା ବେଳେ ଗାଡିରୁ ବେଗ ଟାଣି ଛିଣ୍ଡାଇ ଖାଇ ଦେଉଛନ୍ତି ଏହି ଗୋରୁମାନେ । ଯାହା ଫଳରେ ଗରିବ ଲୋକମାନେ ଖର୍ଚ୍ଚାନ୍ତ ହୋଇ ପୁଣି ପରିବା କିଣିବାକୁ ପଡୁଛି । ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରି ଜଗନ୍ନାଥ ମନ୍ଦିରକୁ ଦୈନଦିନ ଶହଶହ ପର୍ଯ୍ୟଟକ ଆସୁଥିବାରୁ ବଡଦାଣ୍ଡ କୁଢକୁଢ ଗୋବର ପରିପୂର୍ଣ୍ଣ ହୋଇ ପଡିଛି । ନୀଳଗିରି ବିଜ୍ଞାପିତ ପରିଷଦ ଅଞ୍ଚଳ ତରଫରୁ ଲୋକ ଦେଖାଣିଆ ଭାବେ ଗୋରୁ ଗାଈ ଉଠାଇ ନେଇ ଅନ୍ୟତ୍ର ଛାଡି ଥିଲେ । ଏମାନଙ୍କ ପାଇଁ ପ୍ରଶାସନ ତରଫରୁ କୈାଣସି କାଞ୍ଜିଆ ହୁଦାର ବ୍ୟବସ୍ଥା କରାଯାଇନଥିଲା । ଯାହା ଫଳରେ ଗୋରୁ ଗାଈ ମାନେ ରଥଦାଣ୍ଡକୁ ମାଡି ବସିଛନ୍ତି ବୋଲି ଜନସାଧାରଣ କହନ୍ତି । ନୀଳଗିରିର ହାଟ ଛକ ଠାରେ ସରକାରୀ ଭାବେ ଏକ କାଞ୍ଜିଆ ହୁଦା ଅଛି ମାତ୍ର ତାହାକୁ ଜୈନିକ ରାଜନୈତିକ ବ୍ୟକ୍ତି ମାଡି ବସିଛନ୍ତି ବୋଲି ଲୋକମାନେ କହନ୍ତି । ସରକାର କାଞ୍ଜିଆ ହୁଦାକୁ ଅବରୋଧ ମୁକ୍ତ କରିବାରେ ପ୍ରଶାସନ ବିଫଳ ହୋଇଛି । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଚୁପ୍ ରହୁଥିବର ଦେଖାଯାଉଛି । ରଥଦାଣ୍ଡରୁ ଗୋରୁ ଗାଈ ମାନଙ୍କୁ ହଟାଇବା ସହ ସରକାରୀ କାଞ୍ଜିଆ ହୁଦାକୁ ଜବର ଦଖଲ ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହେଉଛି ।
ନୀଳଗିରିରୁ ରତିକାନ୍ତ ପରିଡା
ନୀଳଗିରିରୁ ରତିକାନ୍ତ ପରିଡା



