ads

Breaking News

ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ :୮ଟି ଦଳ ଭାଗ ନେବେ

 କନ୍ଧମାଳ----କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ "ଏସଡିଏଏ କପ" ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ଅନୁଷ୍ଠିତ ହେବ । ୮ତାରିଖ ଠାରୁ ଆରମ୍ଭ ହୋଇ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ଓଡିଶାର ୮ଟି ସୁନାମ ଧନ୍ୟ ଫୁଟବଲ ଦଳ-ଆଠଗଡ, ବଲାଙ୍ଗୀର, ବରଗଡ଼, ଭୁବନେଶ୍ୱର, ସମ୍ବଲପୁର, ଫୁଲବାଣୀ, ଜଟଣୀ,ଓ ସୋନପୁର ଭଳି ଟିମ  ଅଂଶ ଗ୍ରହଣ କରିବାର ରହିଛି । ୧୪ତାରିଖ ଦିନ ଅପରାହ୍ନ ୩ଘଣ୍ଟ ସମୟରେ କଟକ ଓ  ଭୁବନେଶ୍ୱର ଦଳ ମଧ୍ୟରେ ଏକ ଆକର୍ଷଣୀୟ ମହିଳା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରଥମ ଦିନ ତଥା ଉଦଘାଟନ ଉତ୍ସବ ରେ ଆଠଗଡ,ବନାମ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ସ୍ଥାନୀୟ ଉପ ଜିଲ୍ଲା ପାଳ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଖଣ୍ଡିୟ ବନାଧିକାରୀ ଏବଂ ବହୁ ପଦାଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂସଦର ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରକାଶ କରିଛନ୍ତି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive