ads

Breaking News

ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଆଲୋଚନା ଚକ୍ର

ବେଗୁନିଆ---- ବେଗୁନିଆ ମହାବିଦ୍ୟାଳୟର ଅର୍ଥନୀତି   ବିଭାଗ (ସମ୍ମାନ) ପକ୍ଷରୁ ‘’ଭାରତରେ ଅର୍ଥନୀତି ବିଭାଗର ମାନ୍ଦାବସ୍ଥା’’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବ୍ରଜେନ୍ଦ୍ର କୁମାର ପାଲଟାସିଂହ ପୌରୋହିତ୍ୟ କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ  ପ୍ରଫେସର କୈଳାସ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି,ପ୍ରଫେସର ପ୍ରଭାକର ମିଶ୍ର ମୁଖ୍ୟବକ୍ତା,ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଅର୍ଥନୈତିକ ମାନ୍ଦାବସ୍ଥା ଦ୍ୱାରା  ଜଗତୀ କରଣ ଉପରେ ପ୍ରଭାବ ପକାଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର +୩  ପ୍ରଥମ ବର୍ଷ (ସମ୍ମାନ) ଛାତ୍ରୀ ସୁକାନ୍ତି ବଳବନ୍ତରାୟ ,ସୁଶ୍ରୀ ପ୍ରିୟଦର୍ଶିନୀ,  ଦ୍ୱିତୀୟ ବର୍ଷ ଛାତ୍ରୀ ରିଙ୍କି ଜେନା,ମୋନାଲିସା ରାଉତରାୟ, ଓ ଶେଷ ବର୍ଷ ଛାତ୍ର  ରମେଶ ଚନ୍ଦ୍ର ଭୂୟାଁ  ସନ୍ଦର୍ଭ ପାଠ କରିଥିବା ବେଳେ  ପ୍ରାଧ୍ୟାପକ ଶ୍ରୀ ପାଲଟାସିଂହ ବ୍ୟାଖ୍ୟ କରିଥିଲେ । ଶେଷରେ ଅଧ୍ୟାପକ ଦିବ୍ୟଜ୍ୟୋତି ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା   

ads

Blog Archive