ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ଉଛୁପୁର ଦଳ ୮ଉଇକେଟରେ ବିଜୟି
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ ଦ୍ୱିତୀୟ ପର୍ଯ୍ୟାୟର ଅନ୍ତିମ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଉଛୁପୁର କ୍ରିକେଟ କ୍ଳବ ସହିତ ପାରକେଣା କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପାରକେଣା କ୍ରିକେଟ କ୍ଳବ ଟଚ୍ଚ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫.୨ ବଲରେ ସମସ୍ତ ଉଇକେଟ ହରାଇ ୧୨୩ ରନ କରିଥିଲେ । ଜବାବରେ ଉଛୁପୁର କ୍ରିକେଟ ଦଳ ୮.୨ ବଲରେ ୧ଊଇକେଟ ବିନିମୟରେ ଆବଶ୍ୟକ ୧୨୪ ରନ କରି ନେଇଥିଲେ । ବିଜୟୀ ଉଛୁପୁର ଦଳର ବୁଲୁ ସ୍ୱାଇଁ ବ୍ୟକ୍ତିଗତ ୬୨ରନ କରି ଦଳକୁ ବିଜୟୀ କରିଥିବାରୁ ତାଙ୍କୁ ମ୍ୟାନଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ଆଜିର ମ୍ୟାଚ କେଦାର ସାମଲ ଓ କାପୁ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


