ads

Breaking News

ରାଜ୍ୟ ସ୍ତରୀୟ ଟୁନୁ ପଣ୍ଡା ସ୍ମାରକୀ ବ୍ଯାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

 
 N Das
Baragarh 
ବରଗଡ଼---- ଅତବିରା ଏଥେଲେଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଡିପିଇପି ଖେଳ ପଡିଆ ଠାରେ ରାଜ୍ୟ ସ୍ତରୀୟ ଟୁନୁ ପଣ୍ଡା ସ୍ମାରକୀ ବ୍ଯାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି।ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ,ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭରାଶାଗର,ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ, ବ୍ଲକ ଅଧ୍ୟକ୍ଷା ରୀତା ସାହୁ,ସମାଜ ସେବୀ ନରସିଂହ ମୂର୍ତ୍ତି, ରାମକୈଳାସ ଅଗ୍ରୱାଲ ,ସୁଜାତା ପଣ୍ଡା,ପାର୍ଥ ସାରଥୀ ପଣ୍ଡା ସମ୍ବାନୀତ ଅତିଥି  ଭାବେ ଯୋଗଦେଇଥଲେ। ଅନୁଷ୍ଠାନର ସଂପାଦକ ଜିତେନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ। ଟୁନୁ ପଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ନଟରାଜ କଳା ପରିଷଦ ଛାତ୍ର ଛାତ୍ରୀ ଙ୍କ ସ୍ୱାଗତ ସଙ୍ଗୀତରେ ମ୍ୟାଚ ଟି ଉଦଘାଟିତ ହୋଇଥିଲା। ଏଥିରେ ଅନ୍ୟୁନ ୯୦ ଯୋଡି ଖେଳାଳି ଭାଗ ନେଇଥିବାବେଳେ ପ୍ରଥମ ମ୍ୟାଚ ଟି ବଲାଙ୍ଗୀର ଓ ସମ୍ବଲପୁର  ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା।ଏହି ଅବସରରେ ଦୁର୍ଗା ମନ୍ଦିର ର ନୂତନ କାର୍ଯ୍ୟଲୟ ଉଦଘାଟିତ ହୋଇଥିଲା।ଭୁପେନ୍ଦ୍ର ପଟେଲ,ଉନ୍ନିକୃଷ୍ଣ ନାୟାର,ଜୟଶୁକ ଅଗ୍ରୱାଲ,ଜଗଦୀଶ କଟାକ,ମଙ୍ଗଳ ଅଗ୍ରୱାଲ,ଦୁର୍ଗା ବିଶ୍ୱାଳ,ମନୀଷ ତୁର୍କୀୟା ପ୍ରମୁଖ ଉପସ୍ଥିତ ଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ୱଦ୍ୱୀପ ଅଗ୍ରୱାଲଙ୍କ ରିପୋର୍ଟ

ads

Blog Archive

Popular Posts