ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା: ବରଗଡ ବିଜୟୀ
କନ୍ଧମାଳ ------ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ "ଏସଡିଏଏ କପ" ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ଦ୍ୱିତୀୟ ଦିନ ଖେଳ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତିର ସଭାପତି ତଥା ବରିଷ୍ଠ କ୍ରୀଡାବିତ ରାଜ କିଶୋର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସି.ଏଚ.ଆର.ଡି.ର ପରିଚାଳନା ନିର୍ଦେଶକ କ୍ଷୀରୋଦ ବେହୁରା ଯୋଗ ଦେଇଥିଲେ । ସମ୍ପାଦକ ଡ଼.ସୁଶାନ୍ତ କୁମାର ଦାସଙ୍କ ସ୍ୱାଗତ ଭାଷଣ ପରେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଖେଳ ପ୍ରାରମ୍ଭରେ ପୂର୍ବତନ ଖେଳାଳିଙ୍କ ସ୍ମୁତି ଉଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଜାତୀୟ ଗାନ ଓ ସାଂସ୍କୁତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଜିର ଖେଳରେ ୟୁ.ଏସ.ସି. ବରଗଡ଼, ବନାମ ୟୁନିଟ-୬
ଭୁବନେଶ୍ୱର ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା ।ଏଥିରେ ବରଗଡ଼ ଦଳ ୪--୧ ଗୋଲରେ ଭୁବନେଶ୍ୱର ଦଳକୁ ପରାସ୍ତ କରି ପ୍ରଥମ ସେମିଫାଇନାଲ କୁ ଉନ୍ନୀତ ହୋଇଥିଲା । ଏଥିରେ ବରଗଡ ଦଳର ଅନ୍ତର୍ଯ୍ୟାମୀ ନାୟକ ଙ୍କୁ ମ୍ୟାନ ଅଫ ମ୍ୟାଚ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା । ଆଜିର ଖେଳ ର ଧାରା ବିବରଣୀ ସମ୍ପାଦକ ଡ଼.ସୁଶାନ୍ତ କୁମାର ଦାସ ପ୍ରକାଶ କରିଥିବା ବେଳେ ଶ୍ୟାମ ସୁନ୍ଦର ସାହା, ସରୋଜ ମୁନି,ସତ୍ୟ ନାରାୟଣ ମୁଖିଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି କେ.ଏଫ.ସି.
![]() |
| Khandamala |
ଆଠଗଡ ବନାମ ୟୁ.ଏସ.ସି. ବରଗଡ଼, ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂସଦର ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରକାଶ କରିଛନ୍ତି l



