ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମର ରଙ୍ଗଣୀ ସାହିର ବସନ୍ତ ମହାପାତ୍ର (୬୫) ଓ ତାଙ୍କ ଧର୍ମପତ୍ନୀ ହାରାମଣି । ବସନ୍ତ ନିଃସନ୍ତାନ ଥିବାରୁ ବଣିଆ ବୃତି କରି ନିଜର ସ୍ୱଳ୍ପ ରୋଜଗାରରେ ଦୁଃଖ କଷ୍ଟରେ ଦୁଇପ୍ରାଣୀ ଚଳିଥାନ୍ତି । ଦାରିଦ୍ୟର କଷାଘାତରେ ହାତ ଉଧାରି ସୁଝିବା ପାଇଁ ନିଜର ପୈତୃକ ଗୃହକୁ ବିକ୍ରୀ କରି ପଡୋଶୀ ଘରେ ଦୀର୍ଘ ଦିନ ଧରି ଭଡାରେ ରହି ଆସୁଛନ୍ତି । ବାର୍ଦ୍ଧକ୍ୟ ଭର୍ତ୍ତା ଓ ଚାଉଳକୁ ନେଇ ‘’ଢୋକେ ପି ଦଣ୍ଡେ ଜି’’ ଭଳି ନ୍ୟାୟରେ ରହି ଆସୁଛନ୍ତି ବସନ୍ତ । ପ୍ରଶାସନ ପକ୍ଷରୁ ଏକ ଗୃହ ନିର୍ମାଣ କରିବା ପାଇଁ ସୁପାରିଶ ହୋଇଥିଲେ ମଧ୍ୟ ନିଜର ଜମି ନଥିବାରୁ ସେଥିରୁ ସେ ବଞ୍ଚିତ । ଗତ କିଛିଦିନ ତଳେ ତାଙ୍କ ତଳି ପେଟରେ ଏକ ଆବୁ ବାହାରିଥିଲା । ତାର ଚିକିତ୍ସା କରିବା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଜରାଜୀର୍ଣ୍ଣ ଓ ରୁଗଣ ଅବସ୍ଥାରେ ଘରେ ପଡି ରହିଛନ୍ତି ବସନ୍ତ । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କର ଉନ୍ନତ ମାନର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ୫ଟି ସୋପନ ବସନ୍ତ ପାଇଁ ଲାଗୁ ହୋଇ ପାରୁନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ତୁରନ୍ତ ପ୍ରଶାସନ ଓ ବ୍ୟକ୍ତି , ବିଶେଷ ସହଯୋଗ କରିବା ପାଇଁ ବସନ୍ତ ନିବେଦନ କରିଛନ୍ତି ।
 |
| Beguni |
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା