ads

Breaking News

ଆତ୍ମସୁରକ୍ଷା ପାଇଁ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ


N Das
Baragarh
  ବରଗଡ଼---- ସମ୍ବଲପୁର ଜିଲ୍ଲା ଚନ୍ଦ୍ର ଶେଖର ବେହେରା ଜିଲ୍ଲା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା ପାଇଁ  ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।  ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ୦୪ ତାରିଖ ରୁ ଆରମ୍ଭ ହୋଇ ୧୧.୧୨.୨୦୧୯ ତାରିଖ ରେ ଶେଷ ହେବ ।   ଶିବିରରେ କୋଚ୍ ଭାବରେ ସୁଷମା ସଂଗୀତା ତିର୍କୀ ଓ ମିନାରାଣୀ ମଲ୍ଲିକ ରହିଛନ୍ତି। ଏଥିରେ ବିଦ୍ୟାଳୟର ୬୩ ଜଣ ଛାତ୍ରୀ ଯୋଗ ଦେଇଥିଲେ। ଶିବିରରେ ଛାତ୍ରୀମାନେ କିଭଳି ଭାବେ ନିଜେ ନିଜର ଆତ୍ମସୁରକ୍ଷା କରିପାରିବେ ସେ ବିଷୟରେ ତାଲିମ ମାନ ଦିଆଯାଉଛି । ଏହି ଅବସରରେ  ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର ତଥା ଶିକ୍ଷକମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
ନବୀନ ଦାଶଙ୍କ ରିପୋର୍ଟ.....

ads

Blog Archive