 |
| pipili |
ପିପିଲି----ପିପିଲି ଜାଭିୟର ହାଇସ୍କୁଲ ପରିସରରେ ଦୁଇ ଦିନିଆ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ପିପିଲି ଗ୍ରାମ୍ୟବ୍ୟାଙ୍କ ପରିଚାଳକ ସୂର୍ଯ୍ୟ ନାରାୟଣ ରଥ ଯୋଗଦେଇ ଶିକ୍ଷା ସହିତ ଶାରିରୀକ କ୍ରୀଡା ଅଙ୍ଗୀକାର ଭାବେ ଜଡିତ ବୋଲି କହିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ରୁଣଝୁଣ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷୟ୍ତ୍ରୀ ସିମିତା ମିଶ୍ର ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବ ସଭାରେ ସଭାପତିତ୍ୱ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ରସାନନ୍ଦ ପରିଡା ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଅଜୟ ମିଶ୍ର ଯୋଗଦେଇ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପିପିଲିରୁ ବିଜୟ କୁମାର ମହାପାତ୍ର