ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି
ବରୀ--- ଯାଜପୁର ଜିଲ୍ଲା ବରୀବ୍ଲକ ଅନ୍ତର୍ଗତ ଅଟିରା ଗ୍ରାମପଞ୍ଚାୟତ ଓଉପଡା ଗ୍ରାମର ଶ୍ରୀଶ୍ରୀ ଦାମୋଦର ଜୀୟିୁ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ୩ ଦିନ ଧରି ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି । ଗତ ତା ୮ ରିଖ ଅଙ୍କୁରା ରୋପଣ,ଯଜ୍ଞ ମଣ୍ଡପ ଜୁପ ସ୍ଥାପନ ,ତା୯ ରିଖରେ କଳସ ଯାତ୍ରା,ଘଟ ସ୍ଥାପନ,ତା୧୦ ରିଖରେ ସୂର୍ଯ୍ୟ ପୂଜା ଓ ଷୋଡଶ ଉପଚାର ପୂଜା, ଠାକୁରଙ୍କର ବଡ ସିଂହାର ବେଶ, ଭାଗବତା ଗୀତା ଯଜ୍ଞ କରାଯାଇ ବିଳମ୍ବିତ ରାତିରେ ପୂର୍ଣ୍ଣାହୁତି ହୋଇଛି । ଆଜି ନଗର ପରିକ୍ରମା କରାଯାଇ ବିଶ୍ୱଶାନ୍ତି ଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ଯଜ୍ଞରେ ପଣ୍ଡିତ ତ୍ରୀଲୋଚନ ପଣ୍ଡା,ଶ୍ରୀନିବାସ ପଣ୍ଡା, ସୈାଭାଗ୍ୟ କୁମାର ଦାଶ ,ପ୍ରଶାନ୍ତ କୁମାର ହୋତା ପ୍ରମୁଖ ଯଜ୍ଞ କର୍ମ ପରିଚାଳନା କରୁଥିଲେ । ଗ୍ରାମବାସୀମାନଙ୍କ ସହଯୋଗରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞର ପୂର୍ଣ୍ଣାହୁତି ଦେଖିବାକୁ ଆଖପାଖ ଗାଁ ଗଣ୍ଡାର ବହୁ ଶ୍ରଦ୍ଦାଳୁଙ୍କ ଭିଡ ଜମିଥିଲା
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
![]() |
| Bari |



