 |
| Sakhigopal |
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପରଜାପଡା ଗ୍ରାମ ପଞ୍ଚାୟତର ଡିହସାହ ଗ୍ରାମ ପଡିଆରେ ସପ୍ତମ ବାର୍ଷିକ ଗାଦିବ୍ରହ୍ମ କ୍ରିକେଟ ମ୍ୟାଚ ରବିବାର ଉଦଘାଟିତ ହୋଇଯାଇଛି । ଗ୍ରାମର ସମାଜସେବୀ ବଂଶିଧର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ପାରକେଣା ଓ ସାକ୍ଷୀଗୋପାଳ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସାକ୍ଷୀଗୋପାଳ କ୍ରିକେଟ ଦଳ ୫ ଉଇକେଟରେ ବିଜୟୀ ହୋଇଥିଲେ । ଟଚ ଜିତି ପାରକେଣା କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରବାର ନିସ୍ପତି ନେଇଥିଲେ । ପାରକେଣା ଦଳ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୯୮ ରନ କରିଥିଲେ । ଜବାବରେ ସାକ୍ଷୀଗୋପାଳ କ୍ରିକେଟ ଦଳ ୧୦ ଓଭର ୨ ବଲରେ ୫ ଉଇକେଟ ହରାଇ ୯୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ସନ୍ତୋଷ କୁମାର ପରିଡା ଓ ଅଭୟ ପରିଡା ମ୍ୟାଚ ପରିଚାଳନା କରିଥିଲେ । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୬ଟି ଦଳ ଭାଗ ନେବେ ବୋଲି ଅନୁଷ୍ଠାନର କ୍ରୀଡା କୋଷାଧ୍ୟକ୍ଷ ବିଭୁ ପ୍ରସାଦ ସ୍ୱାଇଁଙ୍କ ଠାରୁ ପ୍ରକାଶ । ଆସନ୍ତା କାଲି କୋଣାର୍କ ସହିତ ପାରକେଣାର ଏମ ସି ସି କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଗାଦିବ୍ରହ୍ମ କ୍ରିକେଟ କ୍ଳବର ସଭାପତି ବସନ୍ତ କୁମାର ସ୍ୱାଇଁଙ୍କ ଠାରୁ ପ୍ରକାଶ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି