ads

Breaking News

ଦେବଗୁରୁ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ବେଗୁନିଆ---- ବେଗୁନିଆ ଥାନା ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ମୁଗମଣ୍ଡା ଦେବଗୁରୁ ଆଦର୍ଶ  ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ  କିଶୋର ଚନ୍ଦ୍ର ଦାସଙ୍କ ନେତୃତ୍ୱରେ  ଦୁଇଦିନ ବ୍ୟାପୀ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ୨୭ ତମ ବାର୍ଷିକ କ୍ରୀଡା  ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ  ଦେବଗୁରୁ ପରମହଂସ  ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ  ଆଶିର୍ବଚନ ପ୍ରଦାନ କରିଥିଲେ  । ଉଦଘାଟନୀ ଉତ୍ସବରେ ବୋଲଗଡର ଅପୋସାର ସଭାପତି ଲଲାଟେନ୍ଦୁ କେଶରୀ ସିଂହ,ସମ୍ପାଦକ ନରେନ୍ଦ୍ର କୁମାର ସାହୁ  ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତୋଳନ କରି  ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ  ।  ପରେ ଛାତ୍ରଛାତ୍ରୀମାନେ କ୍ରୀଡା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ଦୀନବନ୍ଧୁ ଦାସ,କ୍ରୀଡା ଶିକ୍ଷକ ସଦାଶିବ ମିଶ୍ର ଓ ଯୋଗ ଶିକ୍ଷକ କେଶବ ଜୟସିଂହ ସମେତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ  ପରିଚାଳନା କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା   

ads

Blog Archive