ads

Breaking News

ପ୍ଲାଷ୍ଟିକ୍ ବର୍ଜନକୁ ନେଇ ନୀଳଗିରି କଲେଜ ପକ୍ଷରୁ ସଚେତନତା

ନୀଳଗିରି---ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗ ପକ୍ଷରୁ ନୀଳଗିରି କଲେଜ ପରିସରରେ ଏକ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ପ୍ଲାଷ୍ଟିକ୍ ଠାରୁ ଦୂରେଇ ରହିବା ପାଇଁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଓ ଆଖପାଖ ଗ୍ରାମ ବାସୀଙ୍କୁ ସେଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ପଞ୍ଚଲିଙ୍ଗେଶ୍ୱର ଶୈବପିଠର ପରିବେଶ ତଥା ବାସିନ୍ଦାଙ୍କ ଆର୍ଥିକ ଅବସ୍ଥା ଚଳିନି ଉପରେ ଛାତ୍ରଛାତ୍ରୀ ମାନେ ଅନୁଧ୍ୟାନ କରିବା ସହ ସଚେତନତା ସୃଷ୍ଟି କରିଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମରେ ୪୨ଜଣ ଛାତ୍ରଛାତ୍ରୀ ଅଂଶ କରିଥିବା ବେଳେ ପ୍ରଫେସର ଅଜିତ କୁମାର ନାୟକ,ଅଧ୍ୟାପିକା ମମଦା ଦାସ,ଡେମନଷ୍ଟ୍ରେଟର ସୁସ୍ମିତା ନାୟକ,ଅଣଶିକ୍ଷକ କର୍ମଚାରୀ ହରପ୍ରିୟା ନାୟକ,ସୁଲୋଚନା ,ସପନ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ପଞ୍ଚଲିଙ୍ଗେଶ୍ୱର ଶୈବପିଠ ତଥା ନିକଟବର୍ତ୍ତି କେନ୍ଦୁନାଳ,ଶ୍ୟାମସୁନ୍ଦରପୁର,ନୂଆସାହି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଅଧ୍ୟାପକ ନାରାୟଣ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ ।ବିଭାଗୀୟ ନୋଡାଲ ଅଫିସର ଡ. ସୁବ୍ରତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  । ଛାତ୍ରଛାତ୍ରୀ ମାନେ ଏକ ର‌୍ୟାଲି ଯୋଗ ପ୍ଲାଷ୍ଟିକ ବର୍ଜନ ପାଇଁ ଲୋକମାନଙ୍କୁ ସଚେତନତା କରିଥିଲେ ।
ନୀଳଗିରିରୁ ରତିକାନ୍ତ ପରିଡା 

ads

Blog Archive