ads

Breaking News

ବିବାହିତା ମହିଳା ନିଖୋଜ ବୋଲି ସ୍ୱାମୀ ଥାନାରେ ଅଭିଯୋଗ କରିବାକୁ ଯାଇ ଅଟକ

 ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ରତଳାଙ୍ଗ ପଞ୍ଚାୟତ ମଠସାହି ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ପତ୍ନୀ କବିତା ନିଖୋଜ ଥିବା ଜଣାପଡିଛି । ଏନେଇ  ତାଙ୍କ  ସ୍ୱାମୀ ଲକ୍ଷ୍ମୀଧର  ସାମଲ ବିଂଝାରପୁର ଥାନାରେ ଅଭିଯୋଗ  କରିବାକୁ ଯାଇଥିଲାବେଳେ ଥାନା ଅଧିକାରୀ ଲକ୍ଷ୍ମୀଧରକୁ ଅଟକାଇ ତଦନ୍ତ କରୁଥିବା ଜଣାପଡିଛି  । ଅପର ପକ୍ଷେ  ନିଖୋଜ ହୋଇଥିବା କବିତାର ମା ଜ୍ୟୋସ୍ନାରାଣୀ ବରାଳ ଓ ବାପା ଚୈତନ୍ୟ ଚରଣ ବରାଳ ମୋ ଝିଅକୁ  ଜୀବନରୁ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ କରିିଛନ୍ତି  । ସୁଚନାଯୋଗ୍ୟ ଯେ ୩ ବର୍ଷ ତଳେ ଯାଜପୁର ସଦର ଥାନା ଅଧିନ ଶିମିଳିଆ ଗ୍ରାମର ଜ୍ୟୋସ୍ନାରାଣୀଙ୍କ ଝିଅ କବିତା ହିନ୍ଦୁ ପ୍ରଥାନୁଯାଇ ବୈଦିକ ରିତିରେ ଲକ୍ଷ୍ମୀଧର ବିବାହ କରିଥିଲେ ।  ଅଧିକ ଯୈ÷ାତୁକ ଦାବୀରେ କବିତାର   ସ୍ୱାମୀ ଓ ଶଶୁର ଶାରିରିକ ମାନସିକ ନିର୍ଯ୍ୟାତନା ଦେଉଥିଲେବୋଲି କବିତାର ମା ଅଭିଯୋଗରେ ଦର୍ଶାଇଛି । ଗତ ୧୦ ତାରିଖ ରାତିରେ ନିଜ ମା ଜ୍ୟୋସ୍ନାରାଣୀଙ୍କୁ  ଫୋନକରି କବିତା ମୋତେ ଆସି ନେଇଯାଅ ନଚେତ ସେମାନେ ମୋତେ ଜୀବନରୁ ମାରି ଦେବେ ବୋଲି କହିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଆଜି ସକାଳୁ ଲକ୍ଷ୍ମୀଧର ଫୋନକରି ନିଜ ଶାଶୁ ଜ୍ୟୋସ୍ନାରାଣୀଙ୍କୁ ତୁମ ଝିଅ ନିଖୋଜ ହୋଇଯାଇଥିବା କହିଥିଲେ । ଖବର ପାଇ ବାପ,ମା ଓ ପରିବାର ଲୋକେ ମଠସାହୀରେ ଆସି  ପହଂଚି ଝିଅ କବିତାକୁ ପାଇନଥିଲେ  । ପାରିପାଶ୍ୱର୍ିକ ଅବସ୍ଥାକୁ ଲକ୍ଷ୍ୟକରି ମୋ ଝିଅ କବିତାକୁ ଜୀବନରୁ ମାରି ଦିଆଯାଇ ତା ଶବକୁ  କେଉଁଠାରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି  ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive