ads

Breaking News

୨ମଦ ବେପାରି ଗିରଫ

ନୀଳଗିରି---ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ବରହମପୁର ଥାନା ଅଧିନସ୍ଥ ଘୁଷୁରିକିଳା ଗ୍ରାମର  ସୁରୟ ମୁର୍ମୁ(୩୫)ଙ୍କ ଠାରୁ ୨୦ଲିଟର ଦେଶୀ ମଦ ଜବତ କରିଛନ୍ତି । ସେହିପରି କଇଁତାଳି ଗ୍ରାମର ସୁରେଶ ଚନ୍ଦ୍ର ସିଂ(୪୫)ଙ୍କ ଠାରୁ ୧୯ଲିଟର ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି  । ଅନେକ ବର୍ଷ ଧରି ଏହି ଦୁଇ ଜଣ ଚୋର ମଦ କାରବାର କରି ଆସୁଥିବା ବେଳେ ଆଜି ଅବକାରୀ ବିଭାଗ ମଦ ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି । ଏହି ଦୁଇଜଣଙ୍କୁ  କୋର୍ଟ ଚାଲଣ କରାଯାଇଛି ।ଏହି ଚଢାଉରେ ନୀଳଗିରି ଅବକାରୀ ବିଭାଗର ଓଆଇସି ଲକ୍ଷସାଧବ ପ୍ରଧାନ,ଏଏସ୍ଆଇ ଜୟନ୍ତ ଆଚାର୍ଯ୍ୟଙ୍କ ସମେତ ଉର୍ମିଳା ବେହେରା,ହୃଷିକେଷ ବାରିକ୍,ବି କେ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।
R paida
Nilgri 
ନୀଳଗିରିରୁ ରତିକାନ୍ତ ପରିଡା

ads

Blog Archive