 |
| Sakhigopal news |
ସାକ୍ଷୀଗୋପାଳ------ସତ୍ୟବାଦୀ ମନ୍ଦିର ପଛପାଶ୍ୱର୍ରେ ଥିବା ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଓ ପ୍ରତିଷ୍ଠାତା ତଥା ଶିକ୍ଷାବିତ୍ତ ବାମନ ଚରଣ ଦାସଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ଭବନର ଅନ୍ତୋବସୀ ମାନେ ସକାଳୁ ରାମଧୁନ ଗାନ କରି ପ୍ରଭାତ ଫେରି କରିବା ସହ ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖା ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଶିଶୁ ଭବନର ପ୍ରତିଷ୍ଠାତା ଶ୍ରୀ ଦାସଙ୍କର ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ମାନେ ଶିଶୁ ଭବନ ପରିସରରେ ଥିବା ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ଶ୍ରୀ ଦାସଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରି ସ୍ମୃତି ସଭା ଆରମ୍ଭ ହୋଇଥିଲା । ଏହି ସଭାରେ ଅନୁଷ୍ଠାନର ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା ଅଧ୍ୟକ୍ଷତା କରି ଶିକ୍ଷାବିତ୍ତ ଶ୍ରୀ ଦାସଙ୍କର ସବୁ ବେଳେ ପିଲା ମାନଙ୍କର ଚିନ୍ତା ସେ କରୁଥିଲେ ଏବଂ ଆଚାର୍ଯ୍ୟ ମହାଶୟଙ୍କ ସେହି ପଦକ କଥା ଭଲ ମଣିଷ ହେବାକୁ ସେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଉଥିଲେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ତାରେଶୀ ପ୍ରସାଦ ମିଶ୍ର, କୋଷାଧ୍ୟକ୍ଷ ବାବନ ବରାଳ, ସଦସ୍ୟ ବ୍ରଜବନ୍ଦୁ ନନ୍ଦ, ରାଜଲକ୍ଷ୍ମୀ ଦାସ, ସୁରେନ୍ଦ୍ର ସାହୁ, କାହ୍ନୁଚରଣ ପ୍ରଧାନ, ପରିଚାଳିକା ସ୍ୱର୍ଣ୍ଣଲତା ନାୟକ, ପ୍ରମୁଖ ଯୋଗଦେଇ ଶ୍ରୀ ଦାସଙ୍କର ସ୍ମୃତି ଚାରଣ କରିଥିଲେ । ଶିଶୁ ଭବନର ଗୃହମାତା ଶାନ୍ତିଲତା ଚୌଧୁରୀ, କବିତା ପାତ୍ର , ଲକ୍ଷ୍ମଧର ସାହୁ ଓ ପ୍ରମୋଦ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି