ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର
ବେଗୁନିଅ---- ବେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ଜାନକୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ,ଜିଲ୍ଲା ପ୍ରକଳ୍ପ ସଂଯୋଜକ ଦିଗନ୍ତ ରାଉତରାୟ,ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ପାଢୀ,ଏସପି ଅଜେୟ ପ୍ରତାପ ସ୍ୱାଇଁ , ବ୍ଲକ ଉପାଧ୍ୟକ୍ଷା ତନୁଜା ପାଟ୍ଟଶାଣୀ,ବିଡିଓ ରବି ନାରାୟଣ ମାଝୀ ଓ ତହସିଲଦାର ବିବେକାନନ୍ଦ ପରିଡା ସମେତ ସମସ୍ତ ବିଭାଗର ଜିଲ୍ଲା ଓ ବ୍ଲକ ଅଧିକାରୀ ଉପସ୍ଥିତ ରହି ସମସ୍ୟାର ସମାଧାନ କରିଥିଲେ । ୧୨୧ ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ୧୧୪,ଗ୍ରାମବାସୀଙ୍କ ଅଭିଯୋଗ ୭,ରେଡକ୍ରସ ପାଣ୍ଠିରୁ ୮ ଜଣଙ୍କୁ ୨୬ ହଜାର ସହାୟତାରାଶି,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣଙ୍କୁ ୪୦ ହଜାର ସହାୟତା ରାଶି,ଭତା ୨ ଜଣ,ଟ୍ରାଇ ସାଇକେଲ ୧ ଜଣ ଓ ଅନୁସୂଚିତ ଜାତିରେ ବିବାହ ୧ ଜଣଙ୍କୁ ୫୦ ହଜାରର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏତଦ୍ବ୍ୟତୀତ ଅଭିଯୋଗ କରିବାକୁ ଆସିଥିବା ଜନସାଧାରଣଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପାଣି କିମ୍ବା ତମ୍ବୁର ବ୍ୟବସ୍ଥା କରାଯାଇ ନଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


