ads

Breaking News

ଅଁଳାନବମୀ ପର୍ବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ମଙ୍ଗଳବାର


 D senapati
Sakhigopal News
ସାକ୍ଷୀଗୋପାଳ----ସତ୍ୟବାଦୀ ଗୋପିନାଥ ଦେବଙ୍କର ପବିତ୍ର ଅଁଳାନବମୀ (ରାଧା ପାଦ ଦର୍ଶନ ସହିତ ବଡ ଏକାଦଶୀ ପର୍ବ ପାଇଁ ୨୨ ତାରିଖରେ ଏକ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଜଣାଇଛନ୍ତି । ଏହି ବୈଠକରେ ପୁରୀ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ  ।  ଏହି ଦୁଇଦିନ ପାଇଁ ଦେବନୀତି ପରିଚାଳନା, ଆଇନ ଶୃଙ୍ଖଳା ଓ ଯାନ ବାହାନ,ବ୍ୟାରିକେଟ ନିର୍ମାଣ, ରାସ୍ତା ମରାମତି, ଅଗ୍ନିଶମ ବିଭାଗ ସମ୍ପର୍କେ,  ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ପରିମଳ, ପାନୀୟ ଜଳ, ସଫେଇ କାର୍ଯ୍ୟ, ସେବା ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ, ସୂଚନା ଓ ଲୋକ ସମ୍ପର୍କ ସହିତ ଖାଦ୍ୟ ଓ ପିଇବା ପାଣି ଯୋଗାଣ ସମ୍ପର୍କେ ଆଲେଚନା କରାଯିବା ପାଇଁ ପ୍ରସ୍ତାବ ରହିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts