ଦୁତୀୟ ସୋମବାର ଶୈବପୀଠରେ ଭକ୍ତଙ୍କର ସମାଗମ
ହିଞିଳିକାଟୁ ------- ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵର, ବେଲଗାଁ ବେଲେଶ୍ୱର ମନ୍ଦିର ଓ ସ୍ଥାନୀୟ ନଗର ମଧ୍ୟରେ ଥିବା ଶୈବ ମନ୍ଦିର ସପ୍ନେଶ୍ୱର, ଚନ୍ଦ୍ର କପିଳେଶ୍ୱର, ବାଲୁଙ୍କେଶ୍ୱର ,କପିଳେଶ୍ୱର ମଧ୍ୟରେ ଚଳିତ କାର୍ତ୍ତିକ ମାସର ଦୁତୀୟ ସୋମବାରରେ ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଥିଲା । ଏହି ଅବସରରେ ଶିବବାବାଙ୍କ ନିକଟରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଲରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ପୀଠରେ ସମାଗମ ହୋଇଥିଲା । ମନ୍ଦିରର ଦୈନଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳଆଳତୀ ସହ ଘର୍ଷଣଲାଗି, ଜଳାଭିଷେକ, ବାଳଭୋଗ ଆଦି ନୀତିକାନ୍ତି ୫ଟା ସୁଧା ସମ୍ପନ୍ନ କରାଯାଇଥିଲା । ଭକ୍ତମାନଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା।ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ବାଳଭୋଗ ନଡ଼ିଆ କଦଳୀ ସହ ବେଲ ପତ୍ର ଚଡାଇଥିଲେ । ଭକ୍ତମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏକମାସ ବ୍ୟାପି ବ୍ରତ ରଖିଥିବା ହଭିଷାଳୀ ଭକ୍ତମାନେ ମନ୍ଦିର ମଧ୍ୟରେ କାର୍ତ୍ତିକ ମହାତ୍ମ୍ୟା ପଠନ କରିବା ସହ ନାମଯଜ୍ଞ କରିଥିଲେ।ବାଲୁଙ୍କେଶ୍ୱର ମନ୍ଦିର ପରିସରରେ କେତେ ଭକ୍ତ ରୋଷେଇ କରି ହଭିଷ ଅର୍ଣ୍ଣ ପ୍ରସାଦ ସେବନ କରିଥିଲେ ।



