ଗ୍ରାମ୍ୟକୁ ରାସ୍ତା ଓ ପାନୀୟ ଜଳ ନ ଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କଲେ
ବରଗଡ--- ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲେ ମଧ୍ୟ ଗୋଟିଏ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଳକ ତଥା ପଞ୍ଚାୟତର ସାନସାହାଜ ବାହାଲ ଗ୍ରାମ ବାସି ମାନଙ୍କ ପାଇଁ ୨୩୪ ନଂ ବୁଥରେ ମତଦାନ ପାଇଁ ସମସ୍ତ ବନ୍ଦୋବସ୍ଥ କରାଯାଇଥିଲା । ଏଠାରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୦୩୫ ଜଣ । ସେମାନଙ୍କ ମଧ୍ୟରୁ ମାତ୍ର ୧୯୨ ଜଣ ମତଦାନ କରିଛନ୍ତି ।
ଦେଶ ସ୍ୱାଧୀନତା ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମ ରାସ୍ତାରେ ଟଙ୍କାଟିଏ ଖର୍ଚ୍ଚ କରାଯାଇନାହିଁ । ଦିନକୁ ଦିନ ରାସ୍ତାର ଅବସ୍ଥା ଘରାପ ଆଡକୁ ଗତି କରୁଛି । ଯୁଆଡେ ଦେଖିବ ସିଆଡେ ଖାଲି ଖାଲଖମା । ତା ଠାରୁ ପାନୀୟ ଜଳ କଥା ନ କହିଲେ ଭଲ । ଗତ ସାଧାରଣ ନିର୍ବାଚନରେ ଆମେ ମତଦାନ କରିବୁ ନାହିଁ ବୋଲି ଜିଦ ଧରିଥିଲୁ । ମାତ୍ର ଦଳୀୟ ନେତା ମାନେ ଆସି ଆମକୁ ଜବାବ ଦେଇଥିଲେ ଯେ ନିର୍ବାଚନ ସରିବା ପରେ ଗ୍ରାମ ରାସ୍ତା କାମ ଆରମ୍ଭ ହେବ । ନିର୍ବାଚନ ସରିବା ପରେ ବାବୁଙ୍କର ଦେଖା ନାହିଁ । ଶେଷରେ ଆମେ ନିସ୍ପତି କରିଛୁ ଆମ କଥାତ କେହି ଶୁଣୁ ନାହାନ୍ତି ତେଣୁ ଆମେ ଭୋଟ ଦେଇ କିଛି ଲାଭ ନାହିଁ ବୋଲି ଭୋଟ ବର୍ଜନ କରିଛୁ ବୋଲି ଗ୍ରାମବାସୀ ମାନେ କହନ୍ତି । ଦେଖାଯାଉ ଏହି ଗ୍ରାମକୁ ନୂତନ ବିଧାୟକ ରାସ୍ତା କରିବେ ନାଁ ସେହିପରି ରହିଯିବ ଗ୍ରାମ୍ୟ ରାସ୍ତା ସମୟକୁ ଅପେକ୍ଷା ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ
![]() |
| Baragrha News |
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ



