 |
| phulabani News |
ଫୁଲବାଣୀ ------- କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଛଅ ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା କମନ ରିଭ୍ୟୁ ମିଶନର ଟିମ ଲିଡ଼ର ଡଃ ହିମାଂଶୁ ଭୁଷଣଙ୍କ ସହ ମିଳିତ ନାଗରିକ କମିଟିର ସଭାପତି ଡଃ ଅରୁପ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଭେଟି ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାର ବିଭିନ୍ନ ଡାକ୍ତର ଖାନାରେ ପଚାଶ ପ୍ରତିଶତ ଡାକ୍ତର ପଦବୀ ଖାଲି । ଅଶି ପ୍ରତିଶତ ବିଶେଷଞ ପଦବୀ ଖାଲି ଥିବା ଟିମଲିଡ଼ରଙ୍କୁ ଅବଗତ କରାଇଥିଲେ। ସେହି ଭଳି ପାରାମେଡିକାଲଷ୍ଟାଫ ଓ ଟେକନିସିଆ ପଦବୀ ଅଭାବରୁ ଅଲଟ୍ରାସାଉଣ୍ଡ, ଇସିଜି ,ଏଣ୍ଡୋସ୍କୋପି ଭଳି ଅଳ୍ପ ଟଙ୍କା ର ରିପୋର୍ଟ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା କୁ ପଡୁଛି ରୋଗୀ ମାନଙ୍କୁ ।ତେଣୁ ଏଥିପାଇଁ ବ୍ୟବସ୍ଥା କରିବାକୁ ଅବଗତ କରିଥିଲେ। ଡ୍ୟୁଟି ସମୟରେ କେତେଜଣ ଡାକ୍ତର କ୍ଳିନିକ ଯାଇ ରୋଗୀଙ୍କୁ ସେଠାକୁ ନେଉଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଗାଁ କଲ୍ୟାଣ ସମିତି ସଚେତନ ଅଭାବରୁ ନିୟମିତ ବୈଠକ ନହେବା,କିଶୋରୀ ବାଳିକା ସଚେତନ ନ ହେବା, ନୂତନ ମେମ୍ବରଙ୍କୁ ତାଲିମ ପ୍ରଦାନ ନ କରିବା,ଜିକେଏସ ଜିଲ୍ଲା ଅଧିକାରୀ ନିୟମିତ ପରିଦର୍ଶନ ନ କରି ଅନ୍ୟକାମରେ ନିୟୋଜିତ ରହିବା,ଗର୍ଭବତୀ ଓ ପ୍ରସୂତି ର ପରିବାର ସଚେତନ ନ ହେବା, ସନ୍ତୁଳିତ ଆହାର ନପାଇବା,ଜିଲା ଆଶା ଅଧିକାରୀ ଗୁରୁତର ମାତୃ ଓ ଶିଶୁ ସମ୍ପର୍କରେ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଅବଗତ ନ କରିବା,ଗୁଣାତ୍ମକ ମମତା ଦିବସ ନହେବାରୁ ଶିଶୁ ମୃତ୍ୟୁ ଓ ମାତୃମୃତୁ ବୃଦ୍ଧି ପାଉଛି ବୋଲି ଏହି କମିଟି କେନ୍ଦ୍ରୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ।ଶିଶୁ ମୃତ୍ୟୁ ଓ ମାତୃମୃତୁ କୁ କମ କରିବା ପାଇଁ ଜାଣିଶୁଣି ଭୂଲଭାବେ ଶିଶୁ ମୃତ୍ୟୁ କୁ ଷ୍ଟିଲ ବାର୍ଥ ରିପୋର୍ଟ କରି ବାହାବା ନେଉଥିବା ଆବାହକ ଅଶୋକ ପରିଡ଼ା ଡଃ ହିମାଂଶୁ ଭୂଷଣଙ୍କୁ ଅବଗତ କରାଇଥିଲେ।ପ୍ରତିଦିନ ପାଞ୍ଚଜଣ ଅଧିକାରୀ ଜିଲାର ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରୁଥିଲେ ହେ ମାନସିକତା ଅଭାବରୁ ଏଡାଇଯାଇ ପାରିବା ଭଳି ଅସୁବିଧା କୁ ସମାଧାନ କରୁନାହାନ୍ତି। ଆନୁଷ୍ଠାନିକ ପ୍ରସବ ବଢ଼ି ଥିବା ବେଳେ ପ୍ରତି ଗର୍ଭବତୀ ମହିଳାଙ୍କ ଠାରୁ ଏକ ହଜାରରୁ ପାଞ୍ଚ ହଜାର ପର୍ଯ୍ୟନ୍ତ କୋଟଗଡ ଠାରୁ ଫୁଲବାଣୀ ମୂଖ୍ୟଚିକିସ୍ରାଳୟ ପର୍ଯ୍ୟନ୍ତ ନିଆଯାଉଥିବା ପ୍ରମାଣ ଟିମ ଲିଡରକୁ ଦେଇଥିଲେ। ୧୦୮ଓ୧୦୨ରେ ଗର୍ଭବତୀ ମହିଳାଙ୍କ ପରିବହନ ପାଇଁ ଏକ ଶହରୁ ଆରମ୍ଭ କରି ଏକ ହଜାର ପର୍ଯନ୍ତ ନଦେଲେ ଆଉ ଆମ୍ବୁଲାନ୍ସ ଆସିବ ନାହିଁ ବୋଲି ଧମକ ଦେଉଥିବା ହିତାଧିକାରୀ ମାନେ କହିଥିବା ସୂଚନା ଦିଆଯାଇଥିଲା। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବାରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଜାନୁଆରୀ ୧୯ରୁ ବନ୍ଦ ହୋଇ ଥିବା ବେଳେ ଅଳ୍ପ ସଂଖ୍ୟକ ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା ଏସ ଏକରେ ଥିବା ରୁ ପ୍ରଶାସନିକ ଖର୍ଚ୍ଚ ଅଧିକ ହେଉଥିବା ରୁ ତାହା ମଧ୍ୟ ଗତ ଅଗଷ୍ଟ ମାସ ରୁ ବନ୍ଦ କରିଦିଆଯାଇଥିବା ଟିମ ଲିଡ଼ରଙ୍କୁ ଅବଗତ କରାଯାଇଥିଲା। ବର୍ତ୍ତମାନ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ରେ ମଧ୍ୟ କୋଣସି ଆର୍ଥିକ ସବିଧା ପାଇପାରୁ ନାହାନ୍ତି। ସ୍ବାସ୍ଥ୍ୟ କାର୍ଡ଼ ରେ ପୂର୍ବରୁ ବାର୍ଷିକ ତିରିଶ ହଜାର ଟଙ୍କା ର ଆର୍ଥିକ ସହାୟତା ମିଳିବା ବ୍ୟବସ୍ଥା କରିବା କୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବାକୁ ପ୍ରସ୍ତାବ ଦିଆଯାଇଛି। କନ୍ଧମାଳ ଜିଲ୍ଲାରେ ମ୍ୟାଲେରିଆ ନିରାକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । ମିଥ୍ୟା ରିପୋର୍ଟ ଦେଇ ଜିଲ୍ଲା ବାସୀଙ୍କ ପାଇଁ ବିପଦ ଆଣୁଥିବା ଯୋଗୁଁ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଅଶିକ୍ଷା ଓ ଅସଚେତନତା ଯୋଗୁଁ ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଉନଥିବାରୁ ଜିଲାରେ ଷ୍ଟାଫ ମାନଙ୍କୁ ନେଇ ସଚେତନତା ଦିବସ ପାଳନ ନକରି ଗ୍ରମାଞ୍ଚଳରେ କରିବାକୁ ଜିଲା ର ବିଭାଗ ର କର୍ମ କର୍ତ୍ତା ଙ୍କୁ ଅବଗତ କରିବା କୁ ସୂଚନା ଦେଇଥିଲେ। ଇନ୍ଦିରା ଗାନ୍ଧୀ ମାତୃତ୍ୱ ସହଯୋଗ ଯୋଜନାରେ ଗରିବ ମମତା ହିତାଧିକାରୀଙ୍କୁ ଅଧିକ ଛ ହଜାର ଟଙ୍କା ର ସହାୟତା ରାଶି ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବା କୁ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗୁରୁତର ରୋଗୀ ଙ୍କ ତୁରନ୍ତ ଚକିସ୍ରା ପାଇଁ ହୃଦରୋଗ ବିଶେଷଞ ସହ ଆଇସିୟୁ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି।ଜିଲା ମୁଖ୍ୟ ଚିକିତ୍ସାଳୟରେ ନିରନ୍ତର ପାଣି ଯୋଗାଇ ଦେବାକୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେବାକୁ କମିଟି ପକ୍ଷରୁ କେନ୍ଦ୍ରୀୟ ଟିମକୁ ଅନୁରୋଧ କରାଯାଉଛି ।ଡାକ୍ତର ମାନଙ୍କ ମାନସିକତା ରେ ପରିବର୍ତ୍ତନ ଆଣି ମାଗଣାରେ ଗରିବ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରି ବାକୁ ଆଲୋଚନା ରେ ପରାମର୍ଶ ଦିଆଯାଇଛି। ରକ୍ତ ଭଣ୍ଡାର ରେ ମୋବାଇଲ ରକ୍ତ ସଂଗ୍ରହ ପାଇଁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି। ନିମ୍ନମାନର ଛତୁଆ ଯୋଗାଣ ଅପପୃଷ୍ଟି ରୋକିବାରେ ବିଫଳ ହେଉଥିବା ଟିମ ଦୃଷ୍ଟି ଗୋଚର କରାଯାଇଥିଲା। ବିଶେଷ କରି କେନ୍ଦ୍ରୀୟି ଟିମର ଗସ୍ତକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକ ଚାକଚକ୍ୟ କରାଯାଇଥିବାରୁ ପୂର୍ବରୁ କାହିଁକି ଏସୁବିଧା କରାଯାଉନଥିଲା ବୋଲି ଆଲୋଚନା ହୋଇଥିଲା।ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ବା ପାଇଁ କମିଟି ପକ୍ଷରୁ ଦାବୀ କରାଯାଇଛି। ନିହାତି ଆବଶ୍ୟକ ଜରୁରୀ ଡାକ୍ତର ତିନି ବର୍ଷ ନିଯୁକ୍ତି ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ଡ଼ଃ ହିମାଂଶୁ ଭୂଷଣ ସୂଚନା ଦେଇଥିଲେ। ନିରାମୟ ଔଷଧ ଉପରେ ଆଲୋଚନା କରାଯାଇଥିଲା। ଟିମ ଲିଡ଼ର ଗାଁ ଗାଁ ବୁଲି କିଛି ଘରକୁ ଯାଇ ହିତାଧିକାରୀଙ୍କ ସହ ଆଲୋଚନା କରିବା କଥା କହିବା ସହ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।ସେବା ତୁଳନାରେ ହେଉଥିବା ଅର୍ଥ ବ୍ୟୟରେ ସ୍ୱଛତା ରହିବା ଓ ଅନୁଦାନ ସମ୍ପର୍କରେ ସୂଚନା ଫଳକ ଲଗାଯାଉ । କନ୍ଧମାଳ ରେ ସହଭାଗି ପ୍ରଶାସନ ପାଇଁ ନାଗରିକ କମିଟି ର ପରାମର୍ଶ କୁ ଗୁରୁତ୍ୱ ଦେଲେ ଲୋକମାନେ ଅଧିକ ସ୍ୱଛ ତାର ସେବା ପାଇପାରିବେ ।ଆଲୋଚନା ରେ ସ୍ଥାନ ପାଇଥିବା ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପରାମର୍ଶ ଦେବାକୁ ଡଃ ହିମାଂଶୁ ଭୁଷଣ କମିଟି କୁ ଆଶ୍ୱାସନା ଦେଇ ଥିଲେ।ଆଲୋଚନା ରେ ଫୁଲବାଣୀ ଏଡିଏମ ଓ ଡ଼ଃ ମନୋରଞ୍ଜନ ରାଉତ, ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦେଶକଙ୍କ ସହ ମିଳିତ ନାଗରିକ କମିଟି ର ବିଜୟ ପଟ୍ଟନାୟକ, ବିଜୟ ମହାନ୍ତି, ବିଶ୍ୱରଞନ ଦାସ,ନାରାୟଣ ସାହୁ, ଶିବାନନ୍ଦ ପଟ୍ଟନାୟକ, ନବୀନ କିଶୋର ପଣ୍ଡା, ଗୋପାଳ ପଟ୍ଟନାୟକ, ଶିବାନି ସୁଆର ଓ ଶତୃଘନ ମହାନ୍ତି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।