 |
| Baragrha news |
ବରଗଡ --- ବିଜେପୁର ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହେବାକୁ ଆଉ ଅଳ୍ପ ସମୟ ବାକି ରହିଛି । ବିଜେପି ପ୍ରାର୍ଥୀ ସନତ କୁମାର ଗଡତିଆ ନିଜ ମତଦାନ କେନ୍ଦ୍ର ତଥା ବିଜେପୁର ବାଳକ ପ୍ରାଥମିକ ବିଦ୍ୟାଳୟର ବୁଥନଂ ୧୦୫ରେ ଜନସାଧାରଣଙ୍କ ପରି ଧାଡିରେ ଯାଇ ନିଜର ମତଦାନ କରିଥିଲେ । ମତଦାନ ଦେଇ ଫେରିବା ସମୟରେ ଖବର ଦାତା ମାନଙ୍କ ପ୍ରଶ୍ନରେ ସେ କହିଛନ୍ତି ଏଥର ଲୋକମାନେ ସେମାନଙ୍କର ମତ ପରିବର୍ତ୍ତନ କରିଛନ୍ତି । ନିଶ୍ଚିତ ଭାବେ ବିଜେପୁର ଆସନଟି ବିଜେପି ହାତେଇବ ବୋଲି ତାଙ୍କର ଆଶା ରହିଛି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ