ବିଜେପି ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା
ବରୀ ------ ସ୍ମିତାରାଣୀ ଆତ୍ମହତ୍ୟା ଓ ବରୀ ଥାନାର କାଯ୍ୟରତ ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କ ଉପରେ ହୋଇଥିବା ଜାତୀୟନା ଆକ୍ଷେପ। ଓ ହତ୍ୟା ଧମକ ଦେଇଥିବା ବରୀ ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କର ସାଥି ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ,ବାଲିବିଲି ସରପଞ୍ଚ ସନ୍ତୋଷ ସାମଲ ଏହି ଘଟଣାରେ ସାମିଲ । ଦୀର୍ଘ ୧୨ ଦିନ ହୋଇ ଯାଇଥିଲେବି ରଞ୍ଜନ ଦେଇଥିବା ଇଖିତ ଅଭିଯୋଗକୁ ବରୀ ପୋଲିସ ମାମଲା ରୁଜୁ କରି ହାତ ବାନ୍ଧି ଚୁପ ହୋଇ ବସିବା ଓ ପରେ ଅଭିଯୁକ୍ତ କାରୀ ରଞ୍ଜନ ନାମରେ ମିଥ୍ୟା ଆରୋପରେ ଲିଖିତ ଅଭିଯୋଗ କରିଥିବା କୁ ରଫାଦଫା କରିବା ଏବଂ ଅଭିଯୁକ୍ତ
କାରୀମାନଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳ ଆମ୍ବହତ୍ୟାର ସିବିଆଇ ତଦନ୍ତ କରି ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଦାବି ନେଇ ଆଜି ଯାଜପୁର ଜିଲ୍ଲା ବିଜେପି ତରଫରୁ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଡ଼ାକରା ଦିଆଯାଇଛି । ତହସିଲ,ସ୍କୁଲ,ବ୍ଲକ, କଲେଜ ସହିତ ବେସରକାରୀ ଅନୁଷ୍ଠାନ ,ଦୋକାନ,ବଜାର,ଗାଡି ମଟର,ବସ,ଚଳାଚଳ ବନ୍ଦ ରହିଥିବା ନଜରକୁ ଆସିଛି। ଜରୁରୀକାଳୀନ ସେବା ଅମ୍ଭୁଲାନ୍ସ ,୧୦୮ଗାଡି ଚଳାଚଳ ଜାରି ରହିଛି। ବରୀର ବିଜେପି ନେତା ବିଶ୍ୱରଂଜନ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ବରୀ ମାଉଣ୍ଡ- ଟ୍ରେକରଷ୍ଟାଣ୍ଡ ଠାରେ ବର କୁଆଖିଆ ରାସ୍ତାରେ ଟାୟାର ଜାଳି ବନ୍ଦ କରିବା ସହିତ ଧାରଣାରେ ବସିଛନ୍ତି । ବରୀବ୍ଲକ ଅଧକ୍ଷା ସୁବସିନୀ ଶର୍ମା,ଉପାଧକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତ ସାମଲ, ରମ୍ପ ସରପଞ୍ଚ ବିଜୟ କିଶୋର ସାହାଣୀ,ଶ୍ରୀଧର ଧଳ, ସହିତ ବହୁ ସରପଞ୍ଚ,ସମିତି ସଭ୍ୟ,ସଭ୍ୟ ଓ ଦଳୀୟ କର୍ମୀ ଏହି ଆନ୍ଦୋଳନରେ ରାସ୍ତା ବସିରହିଛନ୍ତି। ଏହି ଘଟଣାକୁ ଗୁରୁତ୍ୱ ଦେଇ ବରୀ ପୋଲିସ ତରଫରୁ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଏକ ପ୍ଲାଟୁନ ଫୋର୍ସ ସହିତ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଉପସ୍ଥିତ ରହିଛନ୍ତି। ଏବେବି ଶାନ୍ତିପୂର୍ଣ୍ଣ ଭାବେ ରାସ୍ତା ରୋକ ଚାଲିଥିବା ଜଣାପଡିଛି ।
![]() |
| Bari News |
ବରୀରୁ ଦର୍ଶନ ବେହେରା



