ads

Breaking News

ବର୍ଷା ହେଲେ କିଛି ସମୟ ପାଇଁ ଜଳବନ୍ଦୀରେ ରହନ୍ତି ଜନସାଧାରଣ ; ପ୍ରଶାସନ ସବୁ ଦେଖି ଚୁପ ଏହାର କାରଣ ଖୋଜୁଛନ୍ତି ଗ୍ରାମବାସୀ

ଅତାବିରା----ଆଜି ଆମେ ଏପରି ଏକ ଘଟଣା ପଦାକୁ ଆଣୁଛୁ ଯାହାକି ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱର୍ାସ କରି ପାରିବେ ନାହିଁ  । ସାମାନ୍ୟ ବର୍ଷା ହେଲେ କିଛି ସମୟ ପାଇଁ ବ୍ରିଜର  ଦୁଇ ପାଶ୍ୱର୍ରେ  ଜନସାଧାରଣ ଅଟକି ରହନ୍ତି । ଯଦି ବର୍ଷା ଲାଗିକି ରହିଲା ତା ହେଲେ ପାଣିରେ ଓଦା ହୋଇ ଯିବାକୁ ପଡେ  । ବରଗଡ ଜିଲ୍ଲାର ଅତାବିରା ବ୍ଳକର କୁଳୁଣ୍ଡା ଗ୍ରାମ ପଞ୍ଚାୟକୁ ଯିବା ରାସ୍ତାରେ ଏକ ନାଳ ପଡେ  । ନାଳ ଉପରେ ଗ୍ରାମବାସୀ ମାନେ ନିଜ ଅର୍ଥରୁ ୧୯୯୧ ମସିହାରେ ଏକ ସେତୁ ନିର୍ମାଣ କରିଥିଲେ  । ସେହି ସେତୁ ଦେଇ ଯିବା ଆସିବା କରୁଥିଲେ  । କାଳଦିକ୍ରମେ ଜନସଂଖ୍ୟା ବୃଦ୍ଧି, ରାସ୍ତା ଘାଟର ଉନ୍ନତି ଓ ବିଲ ବାରିରେ ଘରଦ୍ୱାର କରିବା ଫଳରେ ବର୍ଷାଜଳ ନିଷ୍କାସନରେ ବ୍ୟାଘତ ସୃଷ୍ଟି ହୋଇଛି । ଏହି ବ୍ରିଜଟି ଏବେ ରାସ୍ତା ଠାରୁ ତଳୁଆ ରହି ଯାଇଛି  । ଯାହା ଫଳରେକି ସାମାନ୍ୟ ବର୍ଷା ହେଲେ ବ୍ରିଜ ଉପରେ ୨ରୁ ୩ ଫୁଟ ଉଚ୍ଚରେ ପାଣିର ସୁଅ ଚାଲେ  । ସେଥିଯୋଗୁ ଉକ୍ତ ବ୍ରିଜର ଉଭୟ ପାଶ୍ୱର୍ରେ ଜନସାଧାରଣ, କଲେଜ , ସ୍ଳୁଲ ଛାତ୍ରଛାତ୍ରୀ ମାନେ ପାଣି ଛାଡିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାନ୍ତି । ଯଦି ବର୍ଷା ଲାଗିକି ରହିଲା ତା ହେଲେ ସେହି ପାଣିର ସୁଅ ମଧ୍ୟରେ ନିଜର ଜୀବନକୁ ବାଜି ଲଗାଇ ଜନସାଧାରଣ ଯିବା ଆସିବା କରିଥାନ୍ତି ।  ଏହି ରାସ୍ତା ବା ବ୍ରିଜ ଦେଇ ଅତାବିରା ବ୍ଳକର ଅଧ୍ୟକ୍ଷା ରିତା ସାହୁ  ତାଙ୍କ ଘରକୁ ଯିବା ଆସିବା କରିଥାନ୍ତି । ଅନ୍ୟପକ୍ଷେ ବିଜେଡିର ତୁଙ୍ଗନେତା ବିଭୁଦତ୍ତ ପ୍ରଧାନ ମଧ୍ୟ ନିଜ ବାସଭବନକୁ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ଦେଇ ଜିଲ୍ଲା, ବ୍ଳକ ପ୍ରଶାସନର ଅଧିକାରୀ, ମନ୍ତ୍ରୀ, ଜିଲ୍ଲାପାଳ , ବିଡିଓ ସମସ୍ତେ ଯିବା ଆସିବା କରୁଥିଲେ ମଧ୍ୟ ଏହି ବିପଦ ପୂର୍ଣ୍ଣ ବ୍ରିଜଟି କିପରି ସେମାନଙ୍କ ନଜରରେ ପଡୁନାହିଁ ତାହା ଆଶ୍ଚର୍ଯ୍ୟ ଜନସାଧାରଣଙ୍କୁ ଲାଗୁଛି  । ଏହି ରାସ୍ତାଟି ଏବେ ଆରଡି ଅଧିନରେ ରହିଛି । ସାତବର୍ଷ ତଳେ ଏହିରାସ୍ତା କାମ ହୋଇଥିଲା ସେ ସମୟରେ ବିଭାଗୀୟ ଅଧିକାରୀ ମାନେ ବ୍ରିଜ କାମ କରିବା ପାଇଁ ନକ୍ସା ପ୍ରସ୍ତୁତି କରିଥିଲେ  । ତାହା କ’ଣ ହେଲା ଏକମାତ୍ର ଅଧିକାରୀ କହି ପାରିବେ । କୁଳୁଣ୍ଡା, ଝିଲିମିଣ୍ଡା, ବୁଗବୁଗା ଆଦି ଗ୍ରାମର ପ୍ରାୟ ୨୦ ହଜାର ଲୋକମାନେ ଏହି ରାସ୍ତା ଉପରେ ନିର୍ଗର କରିଥାନ୍ତି । ଏହି ବ୍ରିଜ ଉପରେ ନଜର ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଜନସାଧାରଣ ଦାବି କରିଛନ୍ତି  ।

ବରଗଡରୁ ନବୀନ ଦାଶ

ads

Blog Archive