ads

Breaking News

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ବିଦ୍ୟାଳୟ ପରିଚାଳନା ମଧ୍ୟରେ ଟକ୍କର; ଛାତ୍ର ଛାତ୍ରୀ ଏବେ ବାତ୍ୟା ଆଶୟସ୍ଥଳୀରେ

ସାକ୍ଷୀଗୋପାଳ  ---- ପୁରୀ ଜିଲ୍ଲାର ନିମାପଡା ଉପଖଣ୍ଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ବିଦ୍ୟାଳୟ ଗୃହ ମରାମତିକୁ ନେଇ ଟକ୍କର  । ଏଥିରେ ବଳି ପଡିଛନ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ  । ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଏବେ ପାଲିଟିଛି ଶ୍ରେଶୀଗୃହ  । ଯାହାକି ପିଲା ମାନେ ଶିକ୍ଷାଦାନ କରିବା ଠିକ ହୋଉନାହିଁ ବୋଲି କେତେକ ଅବିଭାବକ ମାନେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ଏ ଘଟଣାର ସମାଧାନ ସ୍ଥାନୀୟ ବିଧାୟକ କରିବା ପାଇଁ  ବିଦ୍ୟାଳୟର ଅବିଭାବକ ମାନଙ୍କ ପକ୍ଷରୁ ଦାବି ହୋଇଛି  । ଘଟଣାରୁ ପ୍ରକାଶ ଯେ ସତ୍ୟବାଦୀ ବ୍ଳକର ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ଜୟଦୁର୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ଫାନି ବାତ୍ୟାର ଦୁଇମାସ ପରେ ବି ବିଦ୍ୟାଳୟଟି  ସେହିପରି ପଡି ରହିଛି । ବିଦ୍ୟାଳୟ ଖୋଲିବା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏବେ ପାଠ ପଢ଼ାରେ ଘୋର ବ୍ୟାଘତ ସୃଷ୍ଟି ହୋଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହନ୍ତି ।  କୌଣସି ଉପାୟ ନ ପାଇ ବିଦ୍ୟାଳୟ ପରିଚାଳନା କମିଟି ଓ ଅବିଭାବକଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ମାନଙ୍କର ଏକ ବୈଠକ କରାଯାଇ ବିଦ୍ୟାଳୟ ଗୃହ ନିର୍ମାଣ ନ ହେବା ପର୍ଯ୍ୟନ୍ତ ବାତ୍ୟା ଆଶ୍ରୟସ୍ଥଳୀରେ କ୍ଳାସ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା  ।  ନିସ୍ପତି ପର ଠାରୁ ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟାଳୟ ଚାଲିଛି । ବାତ୍ୟାରେ ବିଦ୍ୟାଳୟର ୧୦ ଟି ଗୃହ ଭାଙ୍ଗି ଯାଇଛି ।  ସେଥି ମଧ୍ୟରେ ଷ୍ଟାଫ କମନରୁମ-୧, ପ୍ରଧାନଶିକ୍ଷକଙ୍କ ଅଫିସରୁମ-୧, କ୍ଳାସରୁମ-୬ଟି, କ୍ଳାସରୁମ ସଲଗ୍ନ ହଳ-୧ଟି ଭାଙ୍ଗି ଯାଇଛି  ।  ଅନ୍ୟ ପକ୍ଷେ ଏହି ବିଦ୍ୟାଳୟଟି ସତ୍ୟବାଦୀ ବ୍ଳକରେ ହୋଇଥିବା ବେଳେ ନିମାପଡା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ରହିଛି । ଏବେ ରାଜ୍ୟ ସରକାର ବାତ୍ୟା ପରେ ବିଦ୍ୟାଳୟ ଗୃହ ଗୁଡିକ ତୁରନ୍ତ ଯୁଦ୍ଧ କାଳୀନ ମଧ୍ୟରେ ମରାମତି କରିବା ପାଇଁ ଆରଡି ବିଭାଗକୁ ଦାୟତ୍ୱ ଦିଆଯାଇଛି  । ବିଭାଗ ପକ୍ଷରୁ ଏଠାରେ ଗୃହ ମରାମତି କରିବା ପାଇଁ ପ୍ରଚେଷ୍ଠା କରାଯିବା ସମୟରେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ନୂତନ ଗୃହ କରିବା ପାଇଁ ଅଡି ବସିଲେ ବୋଲି ନିମାପଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପାଢ଼ୀ  ଫୋନ ଯୋଗେ କହିଛନ୍ତି । ଯାହା ଫଳରେକି ଉକ୍ତ ବିଦ୍ୟାଳୟରେ କାମ ହୋଇ ପାରିନାହିଁ ବୋଲି ଶ୍ରୀ ପାଢ଼ୀ ସଫେଇ ଦେଇଛନ୍ତି  ।  ଅନ୍ୟ ପକ୍ଷେ ବିଦ୍ୟାଳୟ ପାଇଁ ସରକାରୀ ଅର୍ଥ ଟଙ୍କାଟିଏ ଆସିନାହିଁ ବୋଲି ପ୍ରଧାନ ଶିକ୍ଷକ କହନ୍ତି । ଯାହାକୁ ନେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅସୁବିଧାରେ ପଡିଛନ୍ତି  । ବିଶେଷ ସୁତ୍ରରୁ ଜଣାପଡିଛି ଯେ ବିଦ୍ୟାଳୟ ପରିଚାଳନା କମିଟି ଚାହୁଁନାହିଁ ଯେ ସତ୍ୟବାଦୀରେ ଯେଉଁପରି ଭାବରେ ପୁରୁଣା ଜିନିଷକୁ ଲଗାଇ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ଲାଭବାନ ହେବେ ସେହିପରି ଏଠାରେ କାର୍ଯ୍ୟ କରିବାକୁ ବିଦ୍ୟାଳୟ ପରିଚାଳନା କମିଟି ବିରୋଧ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive