ସତ୍ୟବାଦୀରେ ଜାତୀୟ ଯୁବ ପ୍ରକଳ୍ପ ପ୍ରତିଷ୍ଠାତା ଡ. ସୁବାରାଓ
ସାକ୍ଷୀଗୋପାଳ---ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡ. ଏସ.ଏନ. ସୁବାରାଓ ସତ୍ୟବାଦୀର କାଦୁଆ ଆଶ୍ରମ ଗୋପବନ୍ଧୁ ଦରିଦ୍ର ନାରାୟଣ ଆଶ୍ରମ ପରିଦର୍ଶନ କରିଥିଲେ । ସେଠାରେ ଥିବା ଗୋପବନ୍ଧୁ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ସେଠାରେ ତାଙ୍କୁ ସତ୍ୟବାଦୀର ବିଭିନ୍ନ ସ୍ୱେଚ୍ଛାସେବୀ ମାନେ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ସେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ପଞ୍ଚସଖରେ ମାଲ୍ୟର୍ପଣ କରିଥିଲେ । ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପବନ୍ଧୁ ଯେଉଁଠି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଉକ୍ତ ପୀଠରେ ପୁଷ୍ପମାଲ୍ୟ ଦେଇଥିଲେ । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ଗଛ ଲଗାଇବା, ବ୍ୟାୟମ କରିବା, ସ୍ୱଚ୍ଛତା ରକ୍ଷା କରିବା ଆଦି ସମ୍ପର୍କେ ବିଭିନ୍ନ ଗଳ୍ପ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ସକାଳୁ ଆମେ ବ୍ୟାୟମ କରିଲେ ଶାରିରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତ ବଡିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଯୁବ ପ୍ରକଳ୍ପର ପ୍ରଭାରୀ ଓଡିଶାର ମଧୁ ସୂଦନ ଦାସ , ସିଟି ସ୍ଳୁଲର ପ୍ରଧାନ ଶିକ୍ଷକ ମନ ରଞ୍ଜନ ମିଶ୍ରଙ୍କ ସହିତ ସତ୍ୟବାଦୀ ହାଇସ୍ୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଆଲୋକ ଖୁଣ୍ଠିଆ, ରୁବିନା ସାହୁ, ସୁଶାନ୍ତ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିକ୍ଷକ ସତ୍ୟବାଦୀ ଦାଶ ସଭାରେ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ବିଜୟ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ରାଜସ୍ଥାନରେ ଅନୁଷ୍ଠିତ ଜାତୀୟ ଯୁବ ସ୍ୱେଚ୍ଚସେବୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସତ୍ୟବାଦୀର ୧୦ ଯୁବକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଦାସବିଦ୍ୟାଧରପୁର ଠାରେ ବାତ୍ୟା ବପନ୍ନ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



