୫୦ ଜଣ ତ୍ରୀର୍ଥ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ
ସାକ୍ଷୀଗୋପାଳ---ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତା ର ଚନ୍ଦନପୋଖରୀ ଉପରେ ବିଦ୍ୟୁତ କେବୁଲ ତାର ମୁଣ୍ଡ ଉପରେ ଓହଳିକି ରହିଥିବା ସମ୍ପର୍କେ ଖବର ପ୍ରକାଶିତ ହୋଇଥିଲା । ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ମାନଙ୍କର ଖାମ ଖିଆଲ ଯୋଗୁ ଆଜି ୫୦ ଜଣ ତ୍ରୀର୍ଥ ଯାତ୍ରୀ ବିଦ୍ୟୁତ କରେଣ୍ଟରୁ ମୃତ୍ୟୁ ବରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବିଦ୍ୟୁତ ତାର ଲାଗି ବସଟି ସମ୍ପର୍ଣ୍ଣ ଜଳିଯାଇଥାନ୍ତା । ବିଦ୍ୟୁତ ସଟସର୍କିଟ ଯୋଗୁ ଏହି ଯାତ୍ରୀ ମାନେ ରକ୍ଷା ପାଇଗଲେ ବୋଲି ଜଣେ ବିଦ୍ୟୁତ କର୍ମଚାରୀ ନିଜ ନାମ ଗୋପନ ରଖି ଏହା ପ୍ରକାଶ କରିଛନ୍ତି । ଯାହା ଫଳରେକି ଏକ ବଡ ଧରଣର ଅଘଟଣରୁ ରକ୍ଷା ହୋଇଯାଇଛି । ସୁଚନା ଯୋଗ୍ୟ ଯେ ଆନ୍ଦ୍ରପ୍ରଦେଶରୁ ଏକ ୫୦ ଜଣିଆ ତ୍ରୀଥ ଯାତ୍ରୀଙ୍କୁ ନେଇ ଏକ ବସ ତୀର୍ଥ କରିବା ପାଇଁ ଆସିଥିଲେ । ସେମାନେ ପୁରୀରୁ ଫେରିବା ପରେ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିଲା । ଦର୍ଶନ ସାରି ଫେରିବା ସମୟରେ ଓହଳିକି ରହିଥିବା ବିଦ୍ୟୁତ ତାର ବସର ଛାତରେ ଲାଗି ଯାଇ ଭିଡି ହୋଇଯାଇଥିଲା । ଏହା ଦେଖି ବସରେ ଥିବା ଯାତ୍ରୀ ମାନେ ଭୟରେ ଗାଡିରୁ ଓହ୍ଳାଇ ପଡିଥିଲେ । ଅନ୍ୟ ପକ୍ଷେ କେବୁଲ ତାର ଛିଣ୍ଡି ଯିବାରୁ ସଟ୍ ସର୍କିଟ ହୋଇ ବିଦ୍ୟୁତ କଟି ଯାଇଥିଲା । ଯାହା ଫଳରେକି ୫୦ ଜଣ ଯାତ୍ରୀ ବର୍ତ୍ତିଗଲେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଏହି ରାସ୍ତାରେ ପ୍ରତିଦିନ ଶହଶହ ଗାଡି ମଟର ଯିବା ଆସିବା କରିବା ସହ ଶତାଧିକ ସ୍ଳୁଲ କଲେଜ ପିଲା ଓ ଜନସାଧାରଣ ଯିବା ଆସିବା କରିଥାନ୍ତି । ଫାନି ବାତ୍ୟା ଯିବାର ଦୁଇ ମାସ ପରେ ବି ବିଦ୍ୟୁତ ବିଭାଗର ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଅଧିକଂଶ ଯାଗାରେ ବିଦ୍ୟୁତ ତାର ଓହଳିକି ରହିଥିବା ବେଳେ କେତେକ ଯାଗାରେ ବିପଦ ପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଖୁଣ୍ଠ ଏବେ ବି ରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


