ବେଗୁନିଆ ତହସିଲଦାରଙ୍କୁ ଧମକ, ଚମକ ସହିତ ତାଙ୍କ ଗାଡିକୁ ଧକ୍କା
ଡେଲାଙ୍ଗ ----- ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ଖେଲାଉର ଗ୍ରାମରେ ଫାନି ବାତ୍ୟା ସର୍ମ୍ପକରେ ତଦନ୍ତ କରିବାକୁ ଆସିଥିବା ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡାଙ୍କୁ ଅପରାହ୍ନ ୩ଟା ସମୟରେ କିଛି ଯୁବକ ତଦନ୍ତ ନ କରି ଫେରିଯିବାକୁ ଧମକ, ଚମକ ଦେଇଥିବା ଜଣାପଡିଛି । ପରେ ପରେ ତାଙ୍କ ଜିପକୁ ଏକ ଟ୍ରାକ୍ଟଟର ଯୋଗେ ଧକ୍କା କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ତିନିଜଣିଆ ଟିମ ଗଠନ କରାଯାଇ ଫାନି ବାତ୍ୟା ପରେ ଘରଭଙ୍ଗା ତଦନ୍ତ କରାଯାଇ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିଲା । ତାଲିକାରେ ପାତର ଅନ୍ତର କରାଯାଇଥିବା ବିଧାୟକ ନିଜେ ବିଧାନସଭାରେ ପ୍ରମାଣ ସହ ଦର୍ଶାଇଥିଲେ । ପରେ ପରେ ସରକାରଙ୍କ ପକ୍ଷରୁ ଭୁଲ ବଶତଃ ଯେଉଁ ଅଯୋଗ୍ୟ ବ୍ୟକ୍ତି ମାନଙ୍କର ନାମ ତାଲିକାରେ ପ୍ରକାଶ ପାଇଛି ସେମାନଙ୍କ ନାମ କାଟିବା ପାଇଁ ଏକ ନାଳି ବାକ୍ସରେ ଫର୍ମ ପକାଯାଇଥିଲା । ସେ ଗୁଡିକ ତଦନ୍ତ କରିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଯାହାକି ସରକାରୀ କାର୍ଯ୍ୟରେ ବ୍ୟାଘତ ସୃଷ୍ଟି କରିବା ଓ ମାଜିଷ୍ଟେଟଙ୍କୁ ଧମକ ଚମକ ଦେବା ତାଙ୍କ ଗାଡିକୁ ଜାଣିଶୁଣି ଧକ୍କା କରିବା ଆଦି ସମ୍ପର୍କେ ପିପିଲି ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


