ads

Breaking News

ମଧୁବନ ପଞ୍ଚାୟତ ପୋଖରୀ ସଫେଇ କଲା ଭାରତ ବିକାଶ ପରିଷଦ

 ସାକ୍ଷୀଗୋପାଳ ---  ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ରବିବାର ଦିନ ମଧୁବନ ଗ୍ରାମ ପଞ୍ଚାୟତ ପୋଖରୀ ସଫେଇ କରାଯାଇଛି  । ପୋଖରୀ ସଫେଇ ସମୟରେ ଉକ୍ତ ଗ୍ରାମର ଦିବ୍ୟାଙ୍ଗ  ଜଗନ୍ନାଥ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ   । ପିଲା ଦିନରୁ ଦିବ୍ୟାଙ୍ଗ ଜଗନ୍ନାଥ  । ବୋଧେ ଗୋଟିଏ ହାତ ନ ଥିବା ବେଳେ ଅନ୍ୟ ହାତଟି ସାଧାରଣ ହାତଠାରୁ ଭିନ୍ନ ଅଟେ  । ଏଥିଯୋଗୁ ଜଗନ୍ନାଥଙ୍କ ବାପା ମା ଜଗନ୍ନାଥ ନାମ ରଖିଥଲେ  । ମାତ୍ର ସେ ଆଜି ଗ୍ରାମ ପୋଖରୀ ସଫେଇ ସମୟରେ ସେ ତାଙ୍କର ଇଛା ଶକ୍ତି ଦେଖାଇ ଦେଇଛନ୍ତି । ହାତ ନଥିଲେ ମଧ୍ୟ ଛୋଟ ହାତ ଓ ନିଜର ବୁଦ୍ଧି ବଳରେ ପୋଖରୀରୁ ଦଳ ସଫେଇ କରିଥିଲେ  । ଯେଉଁପରି ଶ୍ରୀରାମ ସେତୁ ବନ୍ଦ ବାନ୍ଧିବା ସମୟରେ ସମସ୍ତେ କାର୍ଯ୍ୟରେ ଲାଗିଥିଲେ  । ମାତ୍ର ଏକ ଗୁଣ୍ଡିଚି ମୂଷା ପାଣିରେ ବୁଡି ଯାଇ ବାଲିରେ ଗଡୁଥିଲା ତା ଦେହରେ ଲାଗିଥିବା ବାଲି ସେତୁ ବନ୍ଦ ଉପରେ ଝାଡି ଦେଇଥିଲା ବୋଲି କିମ୍ବଦନ୍ତୀ ଅଛି । ସେହିପରି ଆଜି ଜଗନ୍ନାଥ ସେଇ ଛୋଟ ହାତରେ ନିଜର ଇଛା ଶକ୍ତି ଓ ବୁଦ୍ଧିବଳରେ ପୋଖରୀରୁ ଦଳ ସଫା କରି କାର୍ଯ୍ୟରେ ଲାଗିଥିବା ଅନ୍ୟ ଯୁବକ ମାନଙ୍କୁ ସେ ଦେଇଥିଲେ ପ୍ରେରଣା  । ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶଙ୍କ ନେତୃତ୍ୱରେ ବଳପୁର, ସାରଙ୍ଗେଯାଡି, ବୀରରାମଚନ୍ଦ୍ରପୁର, ବିଦ୍ୟାଧରପୁର, ବୀରଗୋବିନ୍ଦପୁର ଅଳଗୁମ ଭାଇଲିପୁର ଗ୍ରାମ ପଞ୍ଚାୟତର ପ୍ରାୟ ୧୦ ଟି ପୋଖରୀ ସଫେଇ କରାଯାଇଛି ବୋଲି ସେ କହିଛନ୍ତି   । ଆଜିର କାର୍ଯ୍ୟକ୍ରମରେ ପରିଷଦର ସମ୍ପାଦକ ଭ୍ରମରବର ସ୍ୱାଇଁ, ଶିକ୍ଷକ ବିଜୟ କୁମାର ପରିଡା, ଆଇନଜୀବୀ ସୁଶାନ୍ତ ରଥ, ନବଘନ ଶତପଥୀ, ନିହାର ରଞ୍ଜନ ସ୍ୱାଇଁ, ବସନ୍ତ କୁମାର ଦାଶ, ସୁନିଲ ବେହେରା, ସୁନାକର ପତିଙ୍କ ସହିତ ମଧୁବନ ଗ୍ରାମର କିଛି ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାର ଦେଖାଯାଇଥିଲା  । ଆସନ୍ତା ରବିବାର ବା ୧୩ ତାରିଖ ଦିନ ଅଳଗୁମ ସ୍ଥିତ ଜାଗେଶ୍ୱରୀଙ୍କ ପୀଠ ସମ୍ମୁଖରେ ଥିବା ପୋଖରୀ ସଫେଇ କରାଯିବା ପାଇଁ ନିସ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive