ads

Breaking News

ଭାରତ ବିକାଶ ପରିଷଦ ପକ୍ଷରୁ ବୃକ୍ଷ ରୋପଣ

ସାକ୍ଷୀଗୋପାଳ --- ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ରବିବାର ଦିନ ମଧୁବନ ଗ୍ରାମ ପଞ୍ଚାୟତର ଡାହାଣ କୁମ୍ଭାରପଡା ଗ୍ରାମ ଓ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ଚାରା ରୋପଣ କରାଯାଇଛି  । ଏହି କାର୍ଯ୍ୟକ୍ରମରେ  ସବୁଠାରୁ ବଡ ଆକର୍ଷଣୀୟ ସାଜିଥିଲା ମଧୁବନ ଗ୍ରାମର ଜଗନ୍ନାଥ  । ପିଲା ଦିନରୁ ଦିବ୍ୟାଙ୍ଗ ଜଗନ୍ନାଥ  । ହାତ ନଥିଲେ ମଧ୍ୟ ଛୋଟ ହାତ ଓ ନିଜର ବୁଦ୍ଧି ବଳରେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ କରିବାକୁ ସେ ପଛେଇ ନ ଥାନ୍ତି । ବୃକ୍ଷ ରୋପଣ  କାର୍ଯ୍ୟରେ ସାମିଲ ଥିବା ଅନ୍ୟ ଯୁବକ ମାନଙ୍କୁ ସେ ଦେଇଥିଲେ ପ୍ରେରଣା  । ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶଙ୍କ ନେତୃତ୍ୱରେ ଗ୍ରାମରେ ପାୟ ୧୦୦ ଟି ବୃକ୍ଷ ରୋପଣ କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ  ପରିଷଦର ସମ୍ପାଦକ ଭ୍ରମରବର ସ୍ୱାଇଁ, ଶିକ୍ଷକ ବିଜୟ କୁମାର ପରିଡା, ଆଇନଜୀବୀ ସୁଶାନ୍ତ ରଥ, ନବଘନ ଶତପଥୀ, ନିହାର ରଞ୍ଜନ ସ୍ୱାଇଁ, ବସନ୍ତ କୁମାର ଦାଶ, ସୁନିଲ ବେହେରା, ସୁନାକର ପତିଙ୍କ ସହିତ ମଧୁବନ ଗ୍ରାମର କିଛି ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive