ads

Breaking News

ଲୁହୁରାଚଟି-- ସମ୍ଭଲପୁର ଜାତୀୟ ରାଜପଥ ଏବେ ମରଣାଯନ୍ତ୍ରା ସାଜିଛି; ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି

ଅତାବିରା ---     ମୁମ୍ଭାଇ-- କଲିକତା ୫୩ନଂ ଜାତୀୟ ରାଜପଥର ଲୁହୁରାଚଟି ରୁ ସମ୍ଭଲପୁର  ରାଜପଥ ଏବେ ମରଣଯନ୍ତ୍ରା ସାଜିଛି । ଏହି ରାଜପଥରେ ଯୁଆଡେ ଦେଖିବ କେଉଁଠି ନା କେଉଁଠି ବାଲି, ଗୋଡି ଖାଲଖମା ସହିତ ଅଧାଦଦରା ରାସ୍ତା କାମ ହୋଇ ପଡି ରହିଛି । ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଥିବା ପୋଲିସ ରେକର୍ଡରୁ ଜଣାପଡେ  । ଏହି ରାସ୍ତାରେ କେତେ ମୁଣଡ ଗଡିଲାଣି ତାହା ଏକମାତ୍ର ପୋଲିସ ଫାଇଲି ଆଡେଇଲେ ଜଣାପଡିବ  । ସବୁ ଜାଣି ଜାତୀୟ ରାଜପଥ ଅଧିକାରୀ ଓ ପ୍ରଶାସନ ଚେଇଁ ଶୋଇ ରହିଛନ୍ତି । ଏମାନଙ୍କ ନିଦ ଭାଙ୍ଗୁନାହିଁ ବୋଲି ଜନସାଧାରଣରେ ଆଲେଚନା ହୋଉଛି । ଯେଉଁଦିନ ସେମାନଙ୍କ ପରିବାର ଲୋକଙ୍କର ଏହି ରାଜପଥରେ ମୁଣ୍ଡ ଗଡିବ ସେହିଦିନ ପ୍ରଶାସନର ନିଦ ଭାଙ୍ଗିବ ବୋଲି ବୁଦ୍ଧିଜିବୀ ମାନେ ଆଲେଚନା କରୁଛନ୍ତି । ଏହି ରାସ୍ତା କାମ ରାଜ୍ୟ ସରକାର ଜଣେ ଠିକାଦାରଙ୍କୁ ଦେଇଥିଲେ  । ମାତ୍ର ଉକ୍ତ ଠିକାଦାର ୨୦୧୪ ମସିହାରେ କାମ ସାରିବା ପାଇଁ ଚୁକ୍ତିପତ୍ର ଜାତୀୟ ରାଜପଥ ଅଧିକାରୀଙ୍କ ସହ କରିଥିଲେ  । ମାତ୍ର ଚୁକ୍ତି ଅନୁଯାୟୀ ଅଧିକ ୫ ବର୍ଷ ହୋଇଗଲା ଏହି ରାସ୍ତା କାମ ଶେଷ ହେବାର ନାଁଗନ୍ଧ ଧରୁନାହିଁ  । ଅନ୍ୟ ପକ୍ଷେ ଉକ୍ତ ଠିକାଦାର ଟୋଲଗେଟରୁ ପଇସା ଆଦାୟ କରିବାରେ ବ୍ୟସ୍ତ ରହିଛି ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି । ରାସ୍ତା ସଠିକ ନ ଥିବାରୁ ଲୋଡ ଗାଡି ଉକ୍ତ ରାସ୍ତାରେ ଯିବା ସମୟରେ ଦୁର୍ଘଟଣା ମାନ ଘଟୁଛି  । ତିନିଦିନ ତଳେ ଏକ ୧୨ ଚକିଆ ଟ୍ରକ ଏହି ରାସ୍ତା ଦେଇ ମହାରାଷ୍ଟ୍ର ଯାଉଥିବା ସମୟରେ ଅତାବିରା ବସଷ୍ଟାଣ୍ଡ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା  । ଯାହା ଫଳରେକି ରାସ୍ତାରେ ଲାଗିଥିବା ଷ୍ଟିଟ ଲାଇଟି ଖୁଣ୍ଠ ଭାଙ୍ଗି ରାସ୍ତାର ଡିଭାଇଡର ଉପରେ ଚଡି ଯାଇଥିଲା  । ଯାହା ଫଳରେକି ରାସ୍ତାର ଉଭୟ ପାଣ୍ୱର୍ରେ ଯାଉଥିବା ଲୋକମାନେ ରକ୍ଷା ପାଇଗଲେ  । ନଚେତ୍ ଗାଡିଟି ନିଶ୍ୁୟ କାହା ଉପରେ ମାଡିଯାଇଥାନ୍ତା ବୋଲି ଜନସାଧାରଣରେ ବେଶ ଆଲେଚନା ହୋଉଛି । ଏବେ ଗାଡିଟି ଦୁର୍ଘଟଣାରେ ଏତେ ପରିମାଣର କ୍ଷତିଗସ୍ତ ହୋଇଛି ଯେ ତିନିଦିନ ହୋଇଗଲା ସେଇଠାରେ ଠିଆ ହୋଇଛି । ଦୁର୍ଘଟଣା ପରେ ଦୁର୍ଘଟଣା ମାନ ଘଟିଚାଲିଥିଲେ ମଧ୍ୟ ପ୍ରଶାସନ ନଜର ଦେଉନାହାନ୍ତି । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଏହି ରାସ୍ତାକୁ ନେଇ କଲେଜ ଛାତ୍ର ଛାତ୍ରୀ , ବିଭିନ୍ନ ସଂଗଠନ,  ଜନସାଧାରଣ, ବ୍ୟବସାୟୀ ଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇବେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି  ଚେତାବନି ଦିଆଯାଇଛି  ।
ବରଗଡରୁ ନବୀନ ଦାଶ

ads

Blog Archive