ads

Breaking News

ବ୍ୟାଙ୍କ ଗୁଡିକରେ ଆଜିଠାରୁ ନୂତନ ନିୟମ ଲାଗୁ

ଓଡଗାଁ------- ଜୁଲାଇ ପହିଲାରୁ ଅର୍ଥାତ ଆଜିଠାରୁ ସରକାରୀ ନିୟମରେ ପରିବର୍ତ୍ତନ ହୋଇଛି । ଏମିତି କିଛି ନିୟମ ଯାହା କି ଆପଣଙ୍କ ଜୀବନରେ ସିଧାସଳଖ ପ୍ରଭାବ ପକାଇବ । ଆଜିଠାରୁ କିଛି ବ୍ୟାଙ୍କିଙ୍ଗ ନିୟମରେ ପରିବର୍ତ୍ତନ ହୋଇଛି। ପରିବର୍ତ୍ତିତ ହୋଇଥିବା ବ୍ୟାଙ୍କିଙ୍ଗ ନିୟମଗୁଡିକ ହେଲା ଛୋଟ ସଞ୍ଚୟ ଯୋଜନାରେ ସୁଧ ହାର ହ୍ରାସ , ପବ୍ଲିକ ପ୍ରୋଭିଡ଼େଣ୍ଡ ଫଣ୍ଡ (PPF),ସୁକନ୍ୟା ଯୋଜନା,ନ୍ୟାସନାଲ ସେଭିଙ୍ଗସ ସ୍କିମ (NSS)ରେ ସୁଧ ହ୍ରାସ ହୋଇଥିବା ବେଳେ ଅନଲାଇନ ତଥା ଡିଜିଟାଲ ଦେଣନେଣକୁ ପ୍ରୋତ୍ସାହିତ କରିବା ସହ ଆରବିଆଇ(RBI) ନିଷ୍ପତ୍ତି ଅନୁସାରେ ଆରଟିଜିଏସ (RTGS )ଏବଂ ଏନଈଏଫଟି (NEFT )ଚାର୍ଜ ହଟିବ
ଆରଟିଜିଏସ (RTGS )ମାଧ୍ୟମରେ ଟଙ୍କା ପଠାଇବାର ସମୟସୀମା ୪.୩୦ ପରିବର୍ତ୍ତେ ୬ଟା ଯାଏଁ ବୃଦ୍ଧି କରାଯାଇଛି । ଅନଲାଇନରେ ଟଙ୍କା ଦେଣନେଣ ଶୁଳ୍କମୁକ୍ତ କରାଯାଇଛି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳାଇ

ads

Blog Archive

Popular Posts