ଶିଶୁଜନ୍ମ ହେବା ପରେ ଗଛ ନ ଲଗାଇଲେ ପଞ୍ଚାୟତରେ ହେବ ନାହିଁ ନାମ ପଞ୍ଜିକରଣ
ଭୁବନେଶ୍ବର------ ହିମାଚଳ ସୋଲମ ଜିଲା ଝାହମାଜରିରେ ଥିବା ଭଟୋଲିକଲାଙ୍ଗ ପଞ୍ଚାୟତରେ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଆୟୋଜିତ ଗ୍ରାମସଭାରେ ନିଷ୍ପତ୍ତି ନିଆଯାଇଛି କି ଯେଉଁ ପରିବାରରେ ଶିଶୁ ଜନ୍ମ ହେବ ସେହି ପରିବାରର ସଦସ୍ୟ ଗୋଟିଏ ଗଛ ଲଗାଇବେ। ଗ୍ରାମର ଵାର୍ଡ ମେମ୍ବର ଗଛ ଲଗାଯାଇଛି କି ନା ଯାଞ୍ଚ କରିବା ପରେ ଯାଇ ଶିଶୁଟିର ନାଁ ଗ୍ରାମପଞ୍ଚାୟତରେ ଥିବା ରେଜିଷ୍ଟରରେ ପଞ୍ଜିକରଣ କରାଯିବ । ଉକ୍ତ ପଞ୍ଚାୟତର ଲୋକେ ଦାବି କରୁଛନ୍ତି କି ଏଭଳି ଏକ ନିଷ୍ପତ୍ତି ନେବାରେ ଏହା ଦେଶର ପ୍ରଥମ ପଞ୍ଚାୟତ । ଯଦି କେହି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ବୃକ୍ଷରୋପଣ ପାଇଁ ସଚେତନତା କରାଯିବ। କାହା ଉପରେ ଏହା ବାଧ୍ୟବାଧକତାରେ ଲଦି ଦିଆଯିବ ନାହିଁ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ



