ଚାନ୍ଦପୁର ଅଞ୍ଚଳରୁ ନା ବାଳିକା ଅପହରଣ ; ଥାନାରେ ଅଭିଯୋଗ
ଓଡଗାଁ--- ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକା ଝିଅକୁ କେହି ଦୁର୍ବୁତ୍ତ ଅପହରଣ କରିନେଇଥିବା ନାବାଳିକାଙ୍କ ବାପା ରାଜେଶ ଚୌଧୁରୀ ଚାନ୍ଦପୁର ଥାନାରେ ୬ ତାରିଖ ଦିନ ଅଭିଯୋଗ କରିଥିବା ଜଣାପଡିଛି । ଚାନ୍ଦପୁର ଥାନା ଅଞ୍ଚଳର ଗୋପବନ୍ଧୁ ନରଗର ରାଜେଶଙ୍କ ଘର । ତାଙ୍କର ୮ ବର୍ଷର ଝିଅ ମିତାଲି ଓ ତାର ଜଣେ ସମ୍ପକୀୟ ଭାଇ ଘର ପାଖରେ ଖେଳୁଥିବା ସମୟରେ କେହି ଜଣେ ଅଜଣା ଦୁବୁର୍ତ୍ତ ପଇସା କିମ୍ବା ଚକଲେଟ ଲୋଭ ଦେଖାଇ ନାବାଳିକା ଝିଅଟିକୁ ଅପହରଣ କରିନେଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଘଟିବାର ୪ଦିନ ହୋଇଯାଇଥିଲେ ମଧ୍ୟ ପୋଲିସର ହାତ ଏବେ ଖାଲି । ଚାନ୍ଦପୁର ପୋଲିସ ଅଭିଯୋଗ ପାଇବା ପରେ ଏକ କେସରୁଜ କରି ତଦନ୍ତ ଜାରି ରଖିଛି । ଚାନ୍ଦପୁର ଥାନା ଅଧିକାରୀ ଗିରୀଶ ପଟ୍ଟନାକୟ କହନ୍ତି ଅଭିଯୁକ୍ତଙ୍କୁ ବହୁ ଶିଘ୍ର ଗିରଫ କରାଯିବ ବୋଲି ସେ ସୁଚନା ଦେଇଛନ୍ତି । ଅନ୍ୟ ପକ୍ଷେ କେହି ବ୍ୟକ୍ତି ବିଶେଷ ଏ ଝିଅର ସନ୍ଦାନ ପାଇଲେ ତୁରନ୍ତ ପାଖ ପୋଲିସ ଥାନା କିମ୍ବା ୭୦୦୮୨୭୭୭୦୧/ ୯୩୩୭୭୮୫୪୩୮/୬୩୭୨୦୩୦୫୫୦/୮୧୪୪୨୯୨୯୬୩ ଏହି ନମ୍ବରକୁ ଜଣାଇବା ପାଇଁ ଶ୍ରୀ ଚୌଧୁରୀ ନିବେଦନ କରିଛନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ



