ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି ବିଜୁଳି ସେମାନଙ୍କ ପାଇଁ ସାତ ସପନ
ବରଗଡ--- କେନ୍ଦ୍ର ଓ ରାଜ୍ୟ ସରକାର ଆଜିର ଦିନରେ କ୍ୟାସଲେସ ଗ୍ରାମ ବା ଡିଜିଟାଲ ଇଣ୍ଡିଆ କରୁଛନ୍ତି । ମାତ୍ର ଏପରି ଏକ ବରଗଡ ଜିଲ୍ଲାର ଅତାବିରା ବ୍ଳକର ବୁଗବୁଗା ଗ୍ରାମ ପଞ୍ଚାୟତର କର୍ମୀଟିକ୍ରା ଗ୍ରାମକୁ ଦେଶ ସ୍ୱାଧୀନତାର ୭୨ ବର୍ଷ ପରେବି ସେମାନେ ବିଜୁଳି ଦେଖିଲେ ନାହିଁ । ସେମାନଙ୍କ ପାଇଁ କ୍ୟାସଲେସ ଓ ଡିଜିଟାଲ ଉଣ୍ଡିଆ ସାତ ସପନ ହୋଇଛି । ଦେଶ ବିଦେଶର ଖବର କ’ଣ ସେମାନେ ଜାଣନ୍ତି ନାହିଁ । ଅନ୍ୟ ପକ୍ଷେ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ୨୦୨୦ ସୁଦ୍ଧା ସମସ୍ତ ଗ୍ରାକମୁ ବିଜୁଳି ଯୋଗାଣ । ଦେଖାଯାଉ ଏହି ଗ୍ରାମଟି ସରକାରଙ୍କ ଘୋଷଣା ହୋଇଥିବା ଫାଇଲିରେ ସ୍ଥାନ ପାଉଛିକି ନାହିଁ । ଗ୍ରାମବାସୀ ମାନେ ସମୟକୁ ଅପେକ୍ଷା କରିଛନ୍ତି । ଅନ୍ୟ ପକ୍ଷେ ଉକ୍ତ ଗ୍ରାମରେ ବିଜୁଳି ବିଭାଗର ଅଜବ ନୀତି ସମ୍ପର୍କେ ଶୁଣିଲେ ହୋସ ଉଡିଯିବ । କିପରି ବିଦ୍ୟୁତ ବିଭାଗ ନୀରିହ ଜନତାଙ୍କୁ ଶୋଷଣ କରୁଛି । ରାଜନୈତିକ ନେତାଙ୍କ ଠାରୁ ପ୍ରଶାସନ ସମସ୍ତେ ଜାଣିକି ମଧ୍ୟ ଚୁପ ରହିଛନ୍ତି । ଘଟଣାରୁ ପ୍ରକାଶରେ ଉକ୍ତ ଗ୍ରାମରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଭାଗୀୟ ପକ୍ଷରୁ ଖୁଣ୍ଠ ପୋତା ହେଲା । ଘରମାନଙ୍କରେ ଦୁଇ ବର୍ଷରୁ ଅଧିକ ଦିନ ହେଲା ମିଟର ଲାଗିଯାଇଛି । ମାତ୍ର ବିଦ୍ୟୁତ ସଂଯୋଗ ହୋଇନାହିଁ । କେତେକ ଯାଗାରେ ଖୁଣ୍ଠରେ ମଧ୍ୟ ବିଦ୍ୟୁତ ତାର ଟଣା ଯିବା ପରେ ବିଦ୍ୟୁତ ସଂଯୋଗ ନ ଦେଇ ଗ୍ରାମବାସୀ ମାନଙ୍କ ଠାରୁ ବିଦ୍ୟୁତ ଦେୟ ଆଦାୟ କରାଯାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବିଦ୍ୟୁତ ବିଭାଗ ସହିତ ରାଜନୈତିକ ନେତା ଓ ପ୍ରଶାସନ ମିଳିମିଶି ଲୋକଙ୍କୁ ଶୋଷଣ କରି ଚାଳିଥିଲେ ମଧ୍ୟ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ରାଜ୍ୟ ସରକାର ଗରିବ, ଆଦିବାସୀ, ଦଳିତ ପରିବାର ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ସବୁ ଯୋଜନା ଅତାବିରା ନିର୍ବାଚନ ମଣ୍ଡଳୀରେ ଫେଲ ମାରୁଛି ବୋଲି ବୁଦ୍ଧଜିବୀ ମାନେ ମତ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କହିବାରୁ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଏହାର ସମାଧାନ ବହୁ ଶିଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେ ପାଣିର ଗାର ସଦୃଶ୍ୟ ହୋଇଯାଇଛି ବୋଲି ଗ୍ରାମବାସୀ ମାନେ କହନ୍ତି । ସମସ୍ତଙ୍କୁ ଅଭିଯୋଗ କରିବା ପରେ ଶେଷରେ ନିଜ ଭାଗ୍ୟକୁ ଆଦେରି ଅନ୍ଦାର ମଧ୍ୟରେ ଗ୍ରାମାବୀ ମାନେ ରହିଛନ୍ତି । ଏମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ନଜର କେବେ ପଡିବ ସମୟ ହିଁ କହିବ ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ



