ads

Breaking News

କୁକୁଡା ଚାଷୀ ମାନଙ୍କର ବୈଠକ

ପିପିଲି ---- ଫାନି ବାତ୍ୟାରେ କୁକୁଡା ଚାଷୀ ମାନଙ୍କର ବହୁତ କ୍ଷତି ହୋଇଛି ସେମାନଙ୍କୁ ତୁରନ୍ତ କ୍ଷତି ପୂରଣ ଦେବାକୁ ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ ପକ୍ଷରୁ  ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ।   ଶ୍ରୀକୃର୍ଷ୍ଣ କଲ୍ୟାଣମଣ୍ଡପରେ ସଂଘର ସଭାପତି ଜ୍ୟେତିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  । ଏଥିରେ ରାଜ୍ୟ ସରକାର କୁକୁଡା ଚାଷୀ ମାନଙ୍କୁ ତୁରନ୍ତ କୁକୁଡା ଚାଷ କରିବା ପାଇଁ ଆର୍ଥିକ ସହଯୋଗ କରିବା ପାଇଁ କରିଥିବା ପ୍ରସ୍ତାବକୁ ଧନ୍ୟବାଦ ଦିଆଯାଇଥିଲା  । ବାତ୍ୟାରେ କ୍ଷୟକ୍ଷତି କୁକୁଡା ଚାଷୀ ମାନଙ୍କ ପାଇଁ କରାଯାଇଥିବା ଗାଇଡିଲାଇନ ଓ କାର୍ଯ୍ୟକାରିତା ସମ୍ପର୍କରେ ସଂଘର ଉପଦେଷ୍ଠା ଅଶୋକ ପ୍ରଧାନ ମତ ରଖିଥିଲେ  ।  ସେହିପରି ବାତ୍ୟାରେ କ୍ଷତିଗସ୍ତ କୁକୁଡା ଚାଷୀଙ୍କ ପୁନରୁଦ୍ଧାର କାର୍ଯ୍ୟକ୍ରମ ,  ସାଂଗଠନିକ ଅଗ୍ରଗତି ରେ କୁକୁଡା ଚାଷୀ ମାନଙ୍କ ସହଯୋଗ ସମ୍ପର୍କେ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ପରିଡା ମତ ରଖିଥଲେ  । ସଂଘର ସଂଯୋଜକ ଅଶୋକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ  । ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ଶତାଧିକ କୁକୁଡା ଚାଷୀ ମାନେ  ଯୋଗଦେଇଥିଲେ  ।
 ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive