ଡାକ୍ତରଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲୁଟ
ଭୁବନେଶ୍ବର----- ଜମି କିଣିବା ପାଇଁ ଜଣେ ଡାକ୍ତର ନଗଦ ୫୦ ଲକ୍ଷ ଟଙ୍କା ଧରି ଢେଙ୍କାନାଳ ଅଭିମୁଖେ ଯାଉଥିଲେ । ୩ ଜଣ ସଶସ୍ତ୍ର ଦୁର୍ବୃତ୍ତ ତାଙ୍କ କାର୍ ଉପରକୁ ଗୁଳି କରି ସବୁ ଟଙ୍କା ଲୁଟିନେଇଛନ୍ତି। ଏପରି ଘଟଣା କଟକ-ଢେଙ୍କାନାଳ ରାସ୍ତାର କପୁରସିଂ ରାସ୍ତାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଡଉ ଜାରି ରଖିଛି।


