ads

Breaking News

ଅଜଣା ଗାଡି ଧକ୍କାରେ ଦୁଇଟି ଗାଈର ମୃତ୍ୟୁ

ସାକ୍ଷୀଗୋପାଳ--- ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥ ନଂ୩୧୬ର ସାକ୍ଷୀଗୋପାଳ  ବାଇ ପାସ ରାସ୍ତା ଏବେ ଗୋରୁ ମାନଙ୍କର ମୃତ୍ୟୁର ଯନ୍ତ୍ରୀ ପାଲିଟିଛି  ।  ଏହି ରାସ୍ତାରେ ଅନେକ ଗୋରୁଙ୍କୁ ଅଜଣା ଗାଡି ଧକ୍କା ଦେଇ ମୃତ୍ୟୁ ମୁଖକୁ ଠେଲି ଦେଇଥିବାର ନଜର ରହିଛି । ବୁଧବାର ସକାଳେ ପୁରୀରୁ ଭୁବନେଶ୍ୱର ଯିବା ରାସ୍ତାରେ ଦୁଇଟି ଗାଈଙ୍କୁ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଟି ଗୁରୁତର ଭାବେ ଆହତ ହୋଇ ରାସ୍ତା ଉପରେ ପଡିଥିଲା  । ପୁରୀରୁ ମଟର ସାଇକେଲରେ ଯାଉଥବା ତିନିଜଣ ଯୁବକଙ୍କ ସହ  ସ୍ଥାନୀୟ ଯୁବକ ପାଣି ନେଇ ଗାଈକୁ ଦେଇଥିଲେ  ସେମାନେ ଗାଈଟିର କିଛି ସେବା କରି ନିଜ ଗନ୍ତବ୍ୟ ପଥରେ ପଳେଇଥିଲେ  । ମାତ୍ର ସତ୍ୟବାଦୀରେ ବିଭିନ୍ନ ଅନୁଷ୍ଠାନ ସ୍ୱଚ୍ଚାସେବୀ କାମ କରୁଥିବା କହୁଥିବା ବେଳେ ଗାଈ ପାଇଁ ବା ଗୋ ମାତା ପାଇଁ ସେବା କରିବା ଦେଖାଯାଇନଥିଲା  । ଏବେ ଗୁରୁତର ଆହତ ଗାଈଟି ମୃତ୍ୟୁ ହୋଇଯାଇଥିବା ଜଣାପଡିଛି  । ସୁଚନାଯୋଗ୍ୟ ଯେ ଫାନି ବାତ୍ୟା ପରେ ଏବେବି ଲୋକମାନେଗୁହାଳ ଘର ତିଆରି କରି ନାହାନ୍ତି । ଯାହା ଫଳରେକି ଗୋରୁ ମାନେ ରାତିରେ ରାସ୍ତା ଉପରେ ଚଳପ୍ରଚଳ କରୁଛନ୍ତି । ଅନ୍ୟ ପକ୍ଷେ ଗାଡି ଡ୍ରାଇଭର ମାନେ ସଠିକ ନଜର ନକରି ଏହି ଦୁର୍ଘଟଣା ମାନର ସମ୍ମୁଖୀନହୋଉଛନ୍ତି । ପୋଲିସ ପକ୍ଷରୁ ରାତିରେ ରାସ୍ତା ଉପରେ ଡ୍ୟୁଟି କରାନ ଯିବାରୁ ଏହି ଦୁର୍ଘଟଣା ଅଧିକ ହୋଉଥିବା ଜନସାଧାରଣ ମାନେ କହନ୍ତି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


ads

Blog Archive