ଭୁବନେଶ୍ୱର --- ଭଞ୍ଜନଗର ରାସ୍ତାରେ ସଡ଼କ ଦୁର୍ଘଟଣା ; ଗାଡି ଚାଳକ ଆହତ
ଓଡ଼ଗାଁ- --– ଆଜି ଭୁବନେଶ୍ୱରରୁ ଭଞ୍ଜନଗର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ପ୍ରାପ୍ତ ଖବର ଅନୁସାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ଗ୍ରାମର କୃଷ୍ଣଚନ୍ଦ୍ର ସୁବୁଦ୍ଧି ବୟସ ୪୨ ଏକ ଟ୍ରକ (ନଂ-OR 02BD 7077)କୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନେଇଯାଇଥିଲେ ।ସେ ବିଳମ୍ବିତ ରାତ୍ରିରେ ନିଜ କାମ ସାରି ନିଜେ ଗାଡି ଚଳାଇ ଘରକୁ ଫେରିବା ବାଟରେ ଭୋର ପ୍ରାୟ ୩ଟା ରେ ପଥରା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ଏକ ଗଛ ଭାଙ୍ଗି ଗାଡ଼ି ଉପରେ ପଡିଯିବା ହେତୁ ଗାଡ଼ି ଚାଳକ ଜଣକ ଗାଡ଼ି ଭିତରେ ଚାପିହୋଇ ରହିଯାଇଥିଲେ । ଓଡ଼ଗାଁ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।ଏବେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ



